ଓଡିଆନ୍ ନ୍ୟୁଜ

135

ବାସୁବିସୁନି ସହିଦ୍ ନୁହଁନ୍ତି-କନିକା ରାଜା : ରାଜ୍ୟ ସରକାର ସହିଦ୍ ତାଲିକା ପ୍ରସ୍ତୁତ କରନ୍ତୁ ।

Team Odian News |

ବାସୁବିସୁନି ସହିଦ୍ ନୁହଁନ୍ତି-କନିକା ରାଜା : ରାଜ୍ୟ ସରକାର ସହିଦ୍ ତାଲିକା ପ୍ରସ୍ତୁତ କରନ୍ତୁ  । 
ଭୁବନେଶ୍ୱର,୪।୮(ଓଡ଼ିଆନ୍ ନ୍ୟୁଜ୍):  କେନ୍ଦ୍ରାପଡ଼ା ଜିଲା ରାଜକନିକାର ବାସୁ ସେଠୀ ଏବଂ ବିସୁନି ମଡ଼ୁଆଳ ସହିଦ୍ ନୁହଁନ୍ତି  । ରାଜ୍ୟ ସରକାରଙ୍କ ନିକଟରେ କିମ୍ବା ଇତିହାସରେ ତାଙ୍କ ସଂପର୍କରେ କିଛି ସୂଚନା ନାହିଁ  । କେବଳ ଚାଷୀ ଆନ୍ଦୋଳନ ସମୟରେ ପୁଲିସ ଗୁଳିରେ ସେମାନେ ମୃତ୍ୟୁ ବରଣ କରିଥିଲେ  । ସେମାନେ ଦେଶ ପାଇଁ କିମ୍ବା ସ୍ୱାଧୀନତା ଆନ୍ଦୋଳନରେ କୌଣସି ଭୂମିକା ମଧ୍ୟ ନାହିଁ  । ତେଣୁ ଏହି ଦୁଇଜଣଙ୍କୁ ପ୍ରଥମେ ସହିଦ୍ ବୋଲି ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  । ଏପରି କି  ଭୁବନେଶ୍ୱର ଠାରେ ଓଡ଼ିଶାର ସମସ୍ତ ଶହୀଦ୍ଙ୍କ  ସ୍ମୃତି ପାଇଁ ସହିଦ୍ ସ୍ତମ୍ଭ ନିର୍ମାଣ କାର୍ଯ୍ୟ ଶହୀଦ୍ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ କରାଯାଉଛି  । ଟ୍ରଷ୍ଟ ପକ୍ଷରୁ ଏଭଳି କାର୍ଯ୍ୟକୁ ସେ ସ୍ୱାଗତ କରିବା ସହିତ ପ୍ରକୃତ ସହିଦ୍ଙ୍କ ସହିତ ସହିଦ୍ ମାନ୍ୟତା ନଥିବା ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ଏଥିରେ ସାମିଲ କରିଯିବା ଉଚିତ୍ ନୁହେଁ  । ସହିଦ୍ଙ୍କ ପ୍ରତି ଘୋର ଅପମାନ  । ସହିଦ୍ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ  ମାଟି ସଂଗ୍ରହ କାର୍ଯ୍ୟ ଚାଲିଛି  । ଏହି କାରଣରୁ ରାଜକନିକରୁ ତଥାକଥିତ ସହିଦ୍ ପୀଠରୁ ମାଟି ସଂଗ୍ରହ ମଧ୍ୟ ହୋଇଛି  । ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲାରେ ବିବାଦ ଦେଖାଦେଇଛି   । ପୁର୍ନବାର ମାଟି ଆଣିବା ପାଇଁ ଗୋଟିଏ ଗୋଷ୍ଠୀ ପୁଣି ଉଦ୍ୟମ ଆରମ୍ଭ କରିଛନ୍ତି  । ଏହି କାରଣରୁ ରାଜକନିକା ଅଞ୍ଚଳରେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି  । ତେଣୁ ପ୍ରଥମେ ସହିଦ୍ ବୋଲି ରାଜ୍ୟ ସରକାର କିମ୍ବା ସହିଦ୍ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ ସତ୍ୟାସତ୍ୟ ପ୍ରମାଣ କରନ୍ତୁ  । ନହେଲେ ଅଯଥାରେ କେନ୍ଦ୍ରାପଡ଼ା ଜିଲାରେ ବିବାଦ ସୃଷ୍ଟି କରାନଯାଉ  ।