ଓଡିଆନ୍ ନ୍ୟୁଜ

125

ଅନ୍ଧ ବିଶ୍ୱାସ ନେଲା ପୁତ୍ରର ଜୀବନ

Team Odian News |

ଅନ୍ଧ ବିଶ୍ୱାସ ନେଲା ପୁତ୍ରର ଜୀବନ
ମହାକାଳପଡା,୭ ।୮(ଓଡ଼ିଆନ୍ ନ୍ୟୁଜ୍):ଗୁରୁଙ୍କ ଆଶ୍ରିତ ପରମ  ଶିଷ୍ୟ ଗୁରୁ ପ୍ରେମରେ ଶେଷରେ ନିଜ ପୁଅର ଜୀବନକୁ ବାଜି ଲଗାଇଲେ ଗୁରୁ ଭକ୍ତିରେ । ଗୁରୁଙ୍କ ନିର୍ଦ୍ଦେଶରେ ନିଜର ଅସୁସ୍ଥ ପୁଅର ଚିକିତ୍ସା ନିଜେ କରି ପୁଅର ଜୀବନ ବଞ୍ଚାଇ ପାରିଲେନି ଭକ୍ତ । ତଥାପି ଗୁରୁଙ୍କ ନିର୍ଦ୍ଦେଶକୁ ଅପେକ୍ଷା ବି କରିଲେ ସାରା ପରିବାର । ଗୁରୁଙ୍କ ନିର୍ଦ୍ଦେଶ ଆସିଲେ ନିଶ୍ଚୟ ମଲା ପୁଅର ଜୀବନ ଫେରିଆସିବ କହିଲେ ଗୁରୁ ଭାଇ ମାନେ । ମଲା ପୁଅକୁ ଗୁରୁଙ୍କ ଫଟୋ ତଳେ ଶୁଆଇ ଗୁରୁଙ୍କ ବାଣୀକୁ ମୃତ ପୁଅ କାନରେ କ୍ୟାସେଟ ବଜାଇ ଶୁଣାଇବାକୁ ଗୁରୁ ଭାଇ ମାନଙ୍କ କଥାରେ ଶୁଣାଇ ଶୁଣାଇ ଶେଷରେ ଆଉ ପୁଅର ଜୀବନ ଫେରିଲାନି । ଅନ୍ଧ ବିଶ୍ୱାସରୁ ଏମିତି ଏକ ଶିଶୁର ଜୀବନକୁ ମରଣ ମୁହଁକୁ ଠେଲି ଦେଇଥିବା ପ୍ରତିବାଦ କରି ଗୁରୁ ଭାଇ ମାନଙ୍କୁ ଉତମ ମଧ୍ୟମ ଦେଇ ଗାଁରୁ ତଡିଦେଲେ ଗାଁ ଲୋକେ । 
ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକର ବଳିପାଳ ଗାଁରେ । ସଦଗୁରୁ ରାମପାଲ ଜୀଙ୍କ ଶିିଷ୍ୟ ଶ୍ରୀଧର ପ୍ରଧାନଙ୍କ ୭ ବର୍ଷର ପୁ୍ଅର ଅମୁଲ୍ୟ ଜୀବନ ଚାଲିଗଲା । କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକର ବଳିପାଳ ଗ।।ଁର ଶ୍ରୀଧର ପ୍ରଧାନ । ଶ୍ରୀଧରଙ୍କ ଛୋଟିଆ ସଂସାର  । ସ୍ତ୍ରୀ ମିନାକ୍ଷୀ ପ୍ରଧାନ ଓ ୧୩ ବର୍ଷର ଝିଅ  ଲକ୍ଷ୍ମୀପ୍ରିୟା ଆଉ ୭ ବର୍ଷର ପୁଅ ମହେଶ ସାଗର ପ୍ରଧାନ  । ସମସ୍ତେ ଠାକୁର ପରମ ଅକ୍ରସର ବ୍ରହ୍ମ କବୀର ସାହେବ ବନ୍ଦି ଛୋଡ୍ ସଦ୍ଗୁରୁ ରାମପାଲଜୀ ମହାରାଜଙ୍କ ଭକ୍ତ । ଏମିତି ଭକ୍ତି ଯେ ସେମାନେ ରାମପାଲଜୀଙ୍କ ଛଡା ହିନ୍ଦୁ ଧର୍ମର କୌଣସି ଦେବ ଦେବୀଙ୍କୁ ପୁଜାର୍ଚ୍ଚନା କରନ୍ତିନି ଗାଁର କୌଣସି ଦେବାଦେବୀଙ୍କ ମନ୍ଦିର ଯାନ୍ତି ନି । ଏପରିକି ଗାଁରେ କାହା ଘରେ ଖିଆ ପିଆ ବି ବାରଣ । ତାଙ୍କ ଠାକୁର ଘରେ କେବଳ ଗୁରୁଙ୍କ ଫଟୋକୁ ଛାଡି ଦେଲେ ଆଉ କୌଣସି ଠାକୁରଙ୍କୁ ଦେଖିବାକୁ ମିଳନ୍ତିନି । କିଛିଦିନ ହେଲା ତାଙ୍କର ଏକ ମାତ୍ର ପୁଅ ମହେଶ ସାଗର ପ୍ରଧାନଙ୍କର ଦେହ ଅସୁସ୍ତ ହୋଇ ପଡିଲା । ୭ ବର୍ଷ ବୟସର ମହେସ ନିଜ ଗାଁ ପ୍ରାଥମିକ ବିଦ୍ୟାଳୟରେ ୨ୟ ଶ୍ରେଣୀରେ ପାଠ ପଢନ୍ତି । ଗୁରୁ ରାମପାଲଜୀଙ୍କୁ ଧ୍ୟାନରେ ବସି ଡାକିଲେ ଶ୍ରୀଧର । ଅନ୍ୟ ଗୁରୁ ଭାଇ ମାନଙ୍କୁ ମଧ୍ୟ ଜଣାଇଲେ ସେ । ଗୁରୁ ଭାଇ ମାନଙ୍କ ନିର୍ଦ୍ଦେଶରେ ଅସୁସ୍ଥ ପୁଅକୁ ଗତ କାଲି ରାତି ସାରା ହଳଦି ପାଣିରେ ଗାଧୋଇ ଦେଇ ପୁଅକୁ କଞ୍ଚା ଗାଇ କ୍ଷୀର ପିଇବାକୁ ଦେଲେ । କୁହା ଯାଏ ଯେ ମହେଶ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇଥିଲେ । ପ୍ରବଳ ଥଣ୍ଡା ଯୋଗୁ ପେଲି ହେବା ସହିତ ଦିର୍ଘ ନିଶ୍ୱାସ ନେଉଥିଲେ । ଯେହେତୁ ଗୁରୁଙ୍କ ନିର୍ଦ୍ଦେଶ ରହିଛି ତେଣୁ ଥଣ୍ଡା ପାଣିରେ ଗାଧୋଇବାକୁ ପଡିବ ବୋଲି କହିଲେ ଶ୍ରୀଧର । ରାତି ପାହିଲା ହେଲେ ପୁଅ ମହେଶ ଆଉ ଡାକିଲେ ଜବାବ ଦେଲେନି । ନିରୁପାୟ ଶ୍ରୀଧର ଗାଁର ଜଣେ ବୈଦ୍ୟ ନିକଟକୁ ପୁଅକୁ ନେଇ ଗଲେ । ବୈଦ୍ୟ ଜଣକ କିଛି କରି ପାରିବେ ନାହିଁ ବୋଲି କହି କେନ୍ଦ୍ରାପଡା ଡାକ୍ତରଖାନାକୁ ନେଇଯାଅ ବୋଲି ପରାମର୍ଶ ଦେଲେ । ବାଧ୍ୟ ହୋଇ ଶ୍ରୀଧର ପୁଅକୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଗଲେ । ଡାକ୍ତର ମହେଶର ସ୍ୱାସ୍ଥ୍ୟ ପରୀକ୍ଷା କରି ମହେଶକୁ ମୃତ୍ୟୁ ଘୋଷଣା କଲେ । ଭାରାକ୍ରାନ୍ତ ମନରେ ମଲା ପୁଅକୁ ନେଇ ଘରକୁ ଫେରି ଆସିଲେ ଶ୍ରୀଧର ।    ତଥାପି ଗୁରୁ ଭକ୍ତିରେ ଉଣା କଲେନି ଶ୍ରୀଧର । ପୁଅ ମରିଯିବା କଥା ଗୁରୁ ଭାଇ ମାନଙ୍କୁ ଜଣାଇଲେ । ଗୁରୁଭାଇ ମାନେ ପରାମର୍ଶ ଦେଲେ କି ଧର୍ଯ୍ୟ ଧର ପୁଅ ମରି ନାହିଁ । ଗୁରୁ ତୁମକୁ ପରୀକ୍ଷା କରୁଛନ୍ତି । ମୃତ ପୁଅକୁ ତୁମ ଠାକୁରଘରେ ଥିବା ଗୁରୁଙ୍କ ଫଟୋ ତଳେ ଶୁଆଇ ଦିଅ । ସାରା ପରିବାର ପ୍ରଚଣ୍ଡ ଭକ୍ତିରେ ଗରୁଙ୍କୁ ଧ୍ୟାନ କର ଆଉ ମୃତ ପୁଅ କାନ ନିକଟରେ ଗୁରୁଙ୍କ ବାଣୀର କ୍ୟାସେଟକୁ ବଯାଅ । କିଛି ଘଟାଂ ପରେ ନିଶ୍ଚୟ ଗୁରୁଙ୍କ ନିର୍ଦ୍ଦେଶ ପାଇବ ଆଉ ନିର୍ଦ୍ଦେଶ ଅନୁସାରେ କାମ କଲେ ମୃତ ପୁଅର  ଜୀବନ ନିଶ୍ଚୟ ଫେରି ଆସିବ ।  ଆଜି ସକାଳୁ ୫ ଜଣ ଗୁରୁ ଭାଇ ଶ୍ରୀଧରଙ୍କ ଘରେ ପହଞ୍ଚିଲେ  । ଗୁରୁ ଭାଇ ମାନଙ୍କ କଥାରେ ସାରା ପରିବାର ମୃତ ମହେଶଙ୍କ ଶବକୁ ନିଜ ଠାକୁର ଘର ମଧ୍ୟରେ ଗୁରୁ ରାମପାଲଜୀଙ୍କ ଫଟୋ ତଳେ ରଖି ସାରା ପରିବାର ଧ୍ୟାନରେ ବସି ଗୁରୁଙ୍କ ବାଣି ନିଜେ ଶୁଣିଲେ ଓ ମୃତ ପୁଅର କାନରେ ଶୁଣାଇଲେ । କଥା ଗାଁରେ ବ୍ୟାପିଗଲା । ଉତ୍ସୁକତାର ସହିତ ଗାଁ ଲୋକେ ଚାହିଁ ରହିଲେ ଶ୍ରୀଧରଙ୍କ ଘରେ ଘଟିବାକୁ ଯାଉଥିବା ଅଲୌକିକ ଘଟଣା  । ଶ୍ରୀଧରଙ୍କ ମଲା ପୁଅର ଜୀବନ ଫେରି ଆସିବ । ମହେଶ ସାଗର ନୁଆ ଜୀବନ ପାଇବ  । ଖାଲି ଗାଁଲୋକେ ନୁହଁ ଆଖ ପାଖ ଗାଁ ଲୋକ ବି ଧାଡି ବାନ୍ଧି ପହଞ୍ଚିଲେ ବଳିପାଳ ଗାଁରେ । ଅପେକ୍ଷାର ଶେଷ ହେଲାନି । ଗୁରୁଙ୍କୁ ଡାକି ଡାକି ଗୁରୁ ଡାକ ଶୁଣିଲେନି । ସମୟ ଗଡି ଚାଲିଲା । ଗାଁର କିଛି ଯୁବକ ଏକାଠି ହେଲେ । କହିଲେ ଶ୍ରୀଧର ଓ ଥାର ଗୁରୁ ଭାଇ ମାନେ ଏକ ଅନ୍ଧ ବିଶ୍ୱାସରେ ମାତି ଏମିତି ଶହଶହ ଗାଁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଶେଷରେ କିଛି ଯୁବକ ଘର ଭିତରେ ଜବରଦସ୍ତ ପ୍ରବେଶ କରି ଗୁରୁ ଭାଇ ମାନଙ୍କୁ କାବୁ କରି ନିସ୍ତୁକ ଛେଚିଲେ । ମିଛଟାରେ ଗୁରୁଙ୍କ ନା କହି ମିଛ ଚିକିତ୍ସା କରି ଭଲ ଛୁଆଟିକୁ ମାରି ଦେଲେ । ଫଳରେ ଗୁରୁ ଭାଇ ମାନେ ନିଜ ଜୀବନ ବଞ୍ଚାଇ ଗାଁ ଛାଡି ଧାଇଁ ପଳାଇ ଗଲେ । ଗାଁ ଲୋକେ ମୃତ ମହେଶଙ୍କ ଶବକୁ ନେଇ ଶ୍ମଶାନରେ ସତକାର କରିଦେଲେ । ତଥାପି ଶ୍ରୀଧର କହୁଛନ୍ତି ତାଙ୍କର ଗୁରୁଙ୍କୁ ଭକ୍ତି କରିବାରେ କିଛି ତୃଟି ରହିବାରୁ ତାଙ୍କ ମହେଶ ଚାଲିଗଲା ।