ଓଡିଆନ୍ ନ୍ୟୁଜ

133

ବୈତରଣୀ ନଦୀ କୂଳରେ ଭାସୁଛି ମୃତ ବଉଳା କୁମ୍ଭୀର

Team Odian News |

ବୈତରଣୀ ନଦୀ କୂଳରେ ଭାସୁଛି ମୃତ ବଉଳା କୁମ୍ଭୀର  
ରାଜକନିକା,୧୪ ।୮(ଓଡ଼ିଆନ୍ ନ୍ୟୁଜ୍): ରାଜକନିକା ବ୍ଲକ୍ ଅନ୍ତର୍ଗତ ବୈତରଣୀ ନଦୀର ଟଣେଇପଦା କୂଳରୁ ଏକ ମୃତ ବଉଳା କୁମ୍ଭୀରକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି  । ମଙ୍ଗଳବାର ନଦୀ କୂଳରେ ପ୍ରାୟ ପାଞ୍ଚ ଫୁଟ୍ର ଏକ ବଉଳା କୁମ୍ଭୀର ଭାସୁଥିବାର ଗ୍ରାମବାସୀମାନେ ଦେଖିବା ପାଇଁ ପାଇଥିଲେ  । ଟଣେଇପଦା ଗ୍ରାମ ର ନଦୀକୂଳରେ ଏହି ମୃତ କୁମ୍ଭୀରଟି ଲାଖିଯାଇଥିଲା  । ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ କୁମ୍ଭୀରକୁ ଉଦ୍ଧାର କରିଛନ୍ତି  । କୁମ୍ଭୀରଟିର ମୃତ୍ୟୁର କାରଣ ଜଣାପଡ଼ି ନାହିଁ  । ହେଲେ ଗତ କିଛି ବର୍ଷ ମଧ୍ୟରେ ୧୨ଟି କୁମ୍ଭୀରର ମୃତ୍ୟୁ ଘଟଣାକୁ ନେଇ ପରିବେଶବିତ୍ ମାନେ ଆଶଙ୍କା  ପ୍ରକାଶ କରିଛନ୍ତି  ।