ଓଡିଆନ୍ ନ୍ୟୁଜ

184

ହିଂସା ତୁଳନାରେ ଅହିଂସାର ଶକ୍ତି ଢେର ଅଧିକ : ରାଷ୍ଟ୍ରପତି

Team Odian News |

ହିଂସା ତୁଳନାରେ ଅହିଂସାର ଶକ୍ତି ଢେର ଅଧିକ : ରାଷ୍ଟ୍ରପତି  
ନୂଆଦିଲ୍ଲୀ,୧୪ ।୮(ଓଡ଼ିଆନ୍ ନ୍ୟୁଜ୍) : ଦେଶର ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମହତ ମନ୍ତ୍ରଙ୍କୁ ମେନେ ପକାଇବାକୁ କହିଛନ୍ତି। ହିଂସା ତୁଳନାରେ ଅହିଂସା ଶକ୍ତି ଢେର ଅଧିକ ଓ ଆମ ସମାଜରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶ ଦୀର୍ଘ ଦିନର ଲକ୍ଷ୍ୟ ହାସଲ କରିବାର ଦ୍ୱାରରେ ଥିବାବେଳେ ଅନାବଶ୍ୟକ ଏବଂ ବିବାଦୀୟ ପ୍ରସଙ୍ଗରେ ଛନ୍ଦି ହୋଇ ଏଭଳି ସୁଯୋଗକୁ ହାତଛଡ଼ା ନ କରିବାକୁ ପରାମର୍ଶ ଦେଇଛନ୍ତି। ଦେଶରେ ଭିଡ଼ ହିଂସା ବଢିଚାଲିଥିବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତି ଉଦ୍ଦେଶ୍ୟରେ ଏହି ଅଭିଭାଷଣ ରଖିଛନ୍ତି। ଏହାସହ ସେ ନାରୀଙ୍କ ସୁରକ୍ଷା, ମୁକ୍ତ ଜୀବନ ଧାରଣର ଅଧିକାର ଉପରେ ଗୁରୁତ୍ୱାରୋପ କରିଛନ୍ତି।