ଓଡିଆନ୍ ନ୍ୟୁଜ

118

ବାଜପେୟୀଙ୍କ ଦେହାନ୍ତରେ ଦେଶରେ ଶୋକର ଛାୟା

Team Odian News |

ବାଜପେୟୀଙ୍କ ଦେହାନ୍ତରେ ଦେଶରେ ଶୋକର ଛାୟା ଭୁବନେଶ୍ୱର,୧୬/୮(ଓଡ଼ିଆନ୍ ନ୍ୟୁଜ୍):ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ରେ ଆସନ୍ତାକାଲି ଶୁକ୍ରବାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଆଜି ଏମ୍‌ସରୁ ତାଙ୍କ ପାର୍ଥିବ ଶରୀରକୁ ବାସ ଭବନକୁ ନିଆଯିବ। ଏହାପରେ ଆଜି ରାତି ତମାମ୍‌ ତାଙ୍କ ପାର୍ଥିବ ଶରୀର ବାସଭବନରେ ରହିବା ପରେ କାଲି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟକୁ ନିଆଯିବ। ବାଜପେୟୀଙ୍କ ମୃତ୍ୟୁରେ ୧୮ ଓ ୧୯ରେ ହେବାକୁ ଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଆଜି ତାଙ୍କୁ ଦିଲ୍ଲୀ ଏମ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖା କରିବା ପାଇଁ ପହଞ୍ଚିଥିଲେ। ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ନବୀନ ପଟ୍ଟନାୟକ ଜଣେ ମନ୍ତ୍ରୀ ଥିଲେ।