ଓଡିଆନ୍ ନ୍ୟୁଜ

156

ଟ୍ରାଇବାଲ ଗହଣାର ଫ୍ୟାସନ

Team Odian News |

ଟ୍ରାଇବାଲ ଗହଣାର ଫ୍ୟାସନ ଆଦିବାସୀଙ୍କ ଜୀବନ ଶୈଳୀ ବେଶ ପୋଷାକ ସ୍ୱତନ୍ତ୍ର ରହିଥାଏ । ବିଶେଷ କରି ସେମାନେ ପିନ୍ଧୁଥିବା ଗହଣାର ଗଠନ ଶୈଳୀ ସ୍ୱତନ୍ତ୍ର ରହିଥାଏ । ବ ର୍ମାନ ସମୟରେ ସହରୀମାନଙ୍କ ଫ୍ୟାସନରେ ମଧ୍ୟ ଆଦିବାସୀ ଗହଣା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବିଭିନ୍ନ ମେଳା ମହତ୍ସୋବରେ ଆଦିବାସୀ ଗହଣା କିଣିବା ପାଇଁ ଭିଡ଼ ଲାଗିଥିବାର ଦେଖିବାକୁ ମିଳେ । ତେବେ ଜାଣନ୍ତୁ ଏହି ଆଦିବାସୀ ଗହଣା ବା ଟ୍ରାଇବାଲ ଜୁଏଲେରି କିପରି ପିନ୍ଧିଲେ ଅଧିକ ଷ୍ଟାଇଲିସ୍ ଲାଗିବେ । କେତେକ ଟ୍ରାଇବାଲ ଜୁଏଲେରିରେ ବ୍ରାଇଟ୍ ଏବଂ ବୋଲ୍ଡ ରଙ୍ଗର ଛୋଟ-ବଡ଼ ବିଡ୍ସ ବ୍ୟବହାର ହୋଇଥାଏ । ଏହି ଡ଼ିଜାଇନର ଗହଣା ଡ଼୍ରେସ ସହିତ ମ୍ୟାଚ କରି ପିନ୍ଧିଲେ ବେଶି ଆକର୍ଷଣୀୟ ଦେଖାଯିବେ । ଆପଣ ୱଷ୍ଟର୍ନ ଆଉଟ୍ ଫିଟ୍ ସହିତ ମଧ୍ୟ ପିନ୍ଧିପାରିବେ । ଡ଼ିଜାଇନ୍ର ଡ୍ରେସ ସହିତ ବୋଲ୍ଡ ଟ୍ରାଇବାଲ ନେକ୍ଲେସ୍ ଓ ଲମ୍ବା ଇୟରରିଂ , ବ୍ୟାଙ୍ଗଲ୍ ପିନ୍ଧି ପାରିବେ । ଜିନ୍ସ ଓ ଟି ଶାର୍ଟ ସହିତ ମଧ୍ୟ ଆପଣ ଟ୍ରାଇବାଲ ଜୁଏଲେରି ପିନ୍ଧି ଏକ ଷ୍ଟାଇଲିସ୍ ଲୁକ ପାଇପାରିବେ । ବିଶେଷ କରି ଜିନ୍ସ ସହିତ ଟ୍ରାଇବାଲ ନେକ୍ଲେସ୍ ପିନ୍ଧିବା ଆଜିର ଟ୍ରେଣ୍ଡ ପାଲଟିଛି । ଆଦିବାସୀମାନେ ବ୍ୟବହୃତ କରୁଥିବା ଟଙ୍କା ଗହଣାକୁ ମଧ୍ୟ ଆପଣ ଶାଢୀ, ଚୁଡ଼ିଦାର, ପଞ୍ଜାବୀ, ଲଙ୍ଗ ଗାଉନ୍, ଲଙ୍ଗ ଫ୍ରକ ସହିତ ପିନ୍ଧି ଏକ ଆକର୍ଷଣିୟ ଲୁକ୍ ପାଇ ପାରିବେ । ଏହି ଟ୍ରାଇବାଲ ଗହଣା ଗୁଡ଼ିକ ସୁନା, ରୂପା, ମେଟାଲିକ୍ ଆଦି ଧାତିରେ ତିଆରି ହେଉଥିବା ବେଳେ ଏହାର ମୁଲ୍ୟ ୫୦ ଟଙ୍କାରୁ ଆରମ୍ଭ କରି ୫୦ହଜାରଟଙ୍କା ପର୍ଯ୍ୟନ୍ତ ରହୁଛି । ପ୍ରାୟତଃ ୨୦୦ରୁ ଅଧିକ ପ୍ରକାରର ଟ୍ରାଇବାଲ ଗହଣା ବଜାରରେ ମିଳିଥାଏ । ଏହା ଆପଣଙ୍କୁ ବିବାହ ଉତ୍ସବଠୁ ଆରମ୍ଭ କରି କଲେଜ ପାର୍ଟି ପର୍ଯ୍ୟନ୍ତ ଏକ ଷ୍ଟାଇଲିସ ଲୁକ ଦେଇଥାଏ ।