ଓଡିଆନ୍ ନ୍ୟୁଜ

148

୨୧ରୁ ଦେଶରେ ଶୁଭାରମ୍ଭ ହେବ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସେବା

Team Odian News |

୨୧ରୁ ଦେଶରେ ଶୁଭାରମ୍ଭ ହେବ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସେବା ନୂଆଦିଲ୍ଲୀ, ୨୦/୮ (ଓଡ଼ିଆନ୍ ନ୍ୟୁଜ୍): ଇଣ୍ଟରନେଟ ସେବା ଦ୍ୱାରା ଆମର ଯୋଗାଯୋଗ ବ୍ୟବସ୍ଥା ବହୁତୁ ସହଜ ହେବା ସହ ଡାକ ସେବା ପଛରେ ପଡ଼ି ଯାଇଛି । କାହାର ଚିଠି ପାଇବାକୁ ଦିନ ଦିନ ଅପେକ୍ଷା କରିବାକୁ ପଡୁନି ଗୋଟିଏ କ୍ଲିକରେ ମେଲ ପହଁଚି ଯାଉଛି। ଡାକ ସେବାକୁ ସକ୍ରିୟ କରିବା ପାଇଁ ଭାରତୀୟ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(ଆଇପିପିବି)ର ଶୁଭାରମ୍ଭ ହେବାକୁ ଯାଉଛି ଅଗଷ୍ଟ ୨୧ରେ। ଭାରତ ସରକାରଙ୍କ ଦ୍ୱାରା ଏହି ଆଇପିପିବି ଶୁଭାରମ୍ଭ କରାଯିବା ସହ ଏହା ଡାକବିଭାଗ ଅଧିନରେ ରହିବ । ସାଧାରଣ ନାଗରିକଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ସହଜ କରିବା ଉଦ୍ଦେଶ୍ୟ ନେଇ ଏହି ସେବା ଆରମ୍ଭ କରାଯାଉଛି । ଦେଶର ୬୪୦ ଶାଖା ଓ ୩୨୫୦ ଏକସେସ ପଏଣ୍ଟକୁ ନେଇ ଶୁଭାରମ୍ଭ ହେବ ଏହି ସେବା। ଏହା ଦ୍ୱାରା ଲୋକଙ୍କ ନିକଟରେ ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ସହଜରେ ପହଞ୍ଚି ପାରିବ। ଚଳିତ ବର୍ଷ ଶେଷ ସୁଦ୍ଧା ୧.୫୫ ଲକ୍ଷ ପୋଷ୍ଟ ଅଫିସକୁ ଆଇପିପିବି ସହିତ ଯୋଡ଼ିବାକୁ ଯୋଜନା ରହିଛି । ଏହା ଅନ୍ୟ ବ୍ୟାଙ୍କମାନଙ୍କ ଭଳି କାମ କରିବ କିନ୍ତୁ ଏଥିରେ କେଡିଟ ରିସ୍କ ଭଳି କୌଣସି ସେବା ରହିବ ନାହିଁ । ଏଥିରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରାଯାଇ ପାରିବ । ମୋବାଇଲ ପେମେଣ୍ଟ, ଟ୍ରାନ୍ସଫର, ସପିଂ ସହିତ ଏଟିଏ ସୁବିଧା ମଧ୍ୟ ରହିଛି । ଏଟିଏମ ଦ୍ୱାରା ମିଳୁଥିବା ସମସ୍ତ ପ୍ରକାର ସୁବିଧା ଉଠାଯାଇ ପାରିବ । ଆଇପିପିବିରେ ପୋଷ୍ଟମ୍ୟାନ ଡିଜିଟାଲ ସେବା ଯୋଗାଇବେ। ଆକାଉଣ୍ଟ ଖୋଳିବା, ଟଙ୍କା ଜମା କରିବା, ଟଙ୍କା ଉଠାଇବା, ଟଙ୍କା ଟ୍ରାନ୍ସଫର କରିବା, ରିଚାଜ କରିବା, ବିଲ ପେମେଣ୍ଟ, ବୀମା ଓ ବିନିଯୋଗ ସୁବିଧା ରହିଛି ଏଥିରେ। ବ୍ୟାଙ୍କିଙ୍ଗ ସେବାକୁ ପ୍ରସାରିତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ।