ଓଡିଆନ୍ ନ୍ୟୁଜ

171

ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ବିସର୍ଜନ ହେବ ବାଜପେୟୀଙ୍କ ଅସ୍ଥି

Team Odian News |

ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ବିସର୍ଜନ ହେବ ବାଜପେୟୀଙ୍କ ଅସ୍ଥି ଭୁବନେଶ୍ୱର,୨୦/୮(ଓଡ଼ିଆନ୍ ନ୍ୟୁଜ୍):ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ। ଏ ନେଇ ଆଜି ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅସ୍ଥି କଳସକୁ ଦିଲ୍ଲୀରୁ ଓଡ଼ିଶା ବିଜେପି ନେତାମାନେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ଗ୍ରହଣ କରିବେ। ଏହାକୁ ନେଇ ନେତାମାନେ ଭୁବନେଶ୍ୱରରେ ପହଞ୍ଚିଲା ପରେ ଦଳୀୟ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ଶେଷ ଦର୍ଶନ ପାଇଁ ରଖାଯିବ। ଏହା ପରେ ମହାନଦୀ, ବୈତରଣୀ, ଋଷିକୁଲ୍ୟା ଓ ବ୍ରାହ୍ମଣୀ ପରି ପ୍ରମୁଖ ନଦୀଗୁଡ଼ିକରେ ପର୍ଯ୍ୟାୟକ୍ରମେ ବିସର୍ଜନ କରାଯିବ। ଏହି ସମୟରେ ଜିଲ୍ଲା ଓ ପଞ୍ଚାୟତରେ ଶ୍ରଦ୍ଧାଞ୍ଜଳି ଓ ପ୍ରାର୍ଥନା ସଭା ଆୟୋଜନ କରାଯିବ। ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିପାରି ନ ଥିବା ଲୋକମାନେ ବିଭିନ୍ନ ରାଜ୍ୟରେ ତାଙ୍କ ଅସ୍ଥି କଳସ ପହଞ୍ଚିଲା ପରେ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ବିଜେପି ନେତାମାନେ ମତ ଦେଇଛନ୍ତି।