ଓଡିଆନ୍ ନ୍ୟୁଜ

172

ସ୍କୁଲ ଭ୍ୟାନ ନାଳକୁ ଗଡିଗଲା, ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

Team Odian News |

ସ୍କୁଲ ଭ୍ୟାନ ନାଳକୁ ଗଡିଗଲା, ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ ରାଜନଗର,୨୧/୮(ଓଡ଼ିଆନ୍ ନ୍ୟୁଜ୍); ରାଜନଗର ବ୍ଲକର ସଦର ମହକୁମାରେ ଥିବା ସେଂଟ ଜାଭିୟର ଘରୋଇ ସ୍କୁଲର ଟାଟାମ୍ୟାଜିକ୍ ଗାଡି ପିଲାଙ୍କୁ ନେଇ ଆସୁଥିବା ବେଳେ ନାଳକୁ ଖସି ପଡିଥିଲା । ସେଥିରେ ଥିବା ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତିଛନ୍ତି । ଏହି ବ୍ଲକ ଭିତରଗଡ ପଚାଂୟତ ଲକ୍ଷ୍ମୀନାରାୟଣପୁର ଗାଁ ନିକଟରେ ଛାତ୍ରଛାତ୍ରୀଙ୍କ ସହ ଜଣେ ଶିକ୍ଷୟତ୍ରୀଙ୍କୁ ଧରି ଆସୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ ନାଳକୁ ଓଲଟି ପଡିଥିଲା । ଗାଡି ପଲଟିବା ଦେଖି ଗାଁ ଲୋକମାନେ ଧାଇଁ ଆସି ପିଲାମାନଙ୍କୁ ଗାଡି ଭିତର ବାହାର କରିଥିଲେ । ନାଳରେ ଅଳ୍ପ ପାଣି ଥିବାରୁ ପିଲାମାନଙ୍କର କ୍ଷତି ହୋଇନାହିଁ । ଏହି ଘରୋଇ ସ୍କୁଲ ସଂପର୍କରେ ଶିକ୍ଷା ବିଭାଗ ଅନୁଧ୍ୟାନ ନକରି ଏସଏନ ସରକାରୀ ବିଦ୍ୟାଳୟର ମାତ୍ର ୫୦ମିଟର ଦୂରତା ମଧ୍ୟରେ ଚାଲିବା ଯୋଗୁଁ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ କମିବା ଘଟଣା ବିଭାଗର ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସଂପର୍କରେ ବ୍ଲକ ଶିକ୍ଷାଧିକାରୀ ଶତୃଘନ ବେହେରାଙ୍କୁ ପଚାରିବାରୁ ମୁଁ ଅଳ୍ପଦିନ ହେବ ଦାୟିତ୍ୱ ନେଇଛି । ରାଜନଗର ବ୍ଲକରେ କେତୋଟି ଘରୋଇ ସ୍କୁଲ ଖୋଲାଯାଇଛି ସେ ବିଷୟରେ ମୁଁ ଜାଣି ନାହିଁ । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ବ୍ଲକରେ ଘରୋଇ ସ୍କୁଲ ବିଦ୍ୟାଳୟଠାରୁ ୧କିଲୋମିଟର ଦୂରତା ମଧ୍ୟରେ ଖୋଲାହେବାର ନିୟମ ନଥିବା ବେଳେ ସରକାରୀ ବିଦ୍ୟାଳୟ ନିକଟରେ ଘରୋଇ ସ୍କୁଲ ଖୋଲା ଯିବାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି