ଓଡିଆନ୍ ନ୍ୟୁଜ

162

ଡାଙ୍ଗମାଳ କୁମ୍ଭୀରପ୍ରଜନନ କେନ୍ଦ୍ରରେ ୪୦ଅଣ୍ଡାରୁ ୩୬ଛୁଆ ବାହାରିଲେ

Team Odian News |

ଡାଙ୍ଗମାଳ କୁମ୍ଭୀରପ୍ରଜନନ କେନ୍ଦ୍ରରେ ୪୦ଅଣ୍ଡାରୁ ୩୬ଛୁଆ ବାହାରିଲେ ରାଜନଗର,୨୧/୮(ଓଡ଼ିଆନ୍ ନ୍ୟୁଜ୍); ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କନିକା ରେଂଜରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ରର ହ୍ୟାଚେରୀରେ ରଖା ଯାଇଥିବା ୪୦ଟି ଅଣ୍ଡାରୁ ୩୬ଟି ଛୁଆ ଜନ୍ମ ନେଇଛନ୍ତି । ଏହି ରେଂଜ ଅନ୍ତର୍ଗତ ଥାନପତି ଫରେଷ୍ଟ ବ୍ଲକରୁ ଗୋଟିଏ ବଉଳା କୁମ୍ଭୀର ବସାରୁ ୪୦ଟି ଅଣ୍ଡା ସଂଗ୍ରହ କରାଯାଇ ଡାଙ୍ଗମାଳସ୍ଥିତ ହ୍ୟାଚେରୀ ମଧ୍ୟରେ କୃତ୍ରିମ ବସା ତିଆରି କରାଯାଇ ତା ମଧ୍ୟରେ ରଖାଯାଇଥିଲା । ସେହି ବସାରେ ଥିବା ସମୁଦାୟ ୪୦ଟି ଅଣ୍ଡାରୁ ୩୬ଟି ଛୁଆ ବାହାରିବା ଏକ ବିରଳ ଘଟଣା ବୋଲି ରେଂଜ ଅଫିସର ସୁବ୍ରତକୁମାର ପାତ୍ର ଓ ଫରେଷ୍ଟର ବିଜୟକୁମାର ପାତ୍ର ସୂଚନା ଦେଇଛନ୍ତି ।