ଓଡିଆନ୍ ନ୍ୟୁଜ

207

ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକ

Team Odian News |

ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ପରଲୋକ
ଭୁବନେଶ୍ୱର,୨୩/୮(ଓଡ଼ିଆନ୍ ନ୍ୟୁଜ୍): ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଗତକାଲି ରାତି ୧ଟା ୧୦ ମିନିଟରେ ହାଇଦ୍ରାବାଦ ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି।  ହାଇଦ୍ରାବାଦଠାରେ ପହଂଚିବାପରେ ହାଇଦ୍ରାବାଦଠାରେ ହିଁ ଅନ୍ତେଷ୍ଟି କ୍ରିୟା କରାଯିବ। ଏଠାରେ ସୂଚନାଯୋଗ୍ୟ ଯେ ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ ୪ ମାସ ହେଲା ଶ୍ରୀ ବୋଷ ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିପବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା।୧୯୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ଦେବୁ ବୋଷ ବହୁ ଓଡ଼ିଆଚଳଚ୍ଚିତ୍ରରେ ନିଜର ନିଖୁଣ ଅଭିନୟ ପାଇର୍ ସବୁ ଦିନ ମନେ ରହିବେ। କାବେରୀ, ସୁନା ଚଢ଼େଇ, ଚକାଭଉଁରି, ସହରୀ ବାଘ, କି ହେବ ଶୁଆ ପୋଷିଲେ, ଓ ‘ପୁଅ ମୋର କଳା ଠାକୁର’ ଭଳି ଶତାଧିକ ସଫଳ ଓଡ଼ିଆ ଚଳଚିତ୍ରର ଏହି ପ୍ରବୀଣ ଅଭିନେତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତର ଅପୂରଣୀୟ କ୍ଷତି ଘଟିଛି। ଓଲିଉଡର  ଲୋକପ୍ରିୟ ଚରିତ୍ର ଅଭିନେତା ଦେବୁ ବୋଷ ତାଙ୍କ ଦୀର୍ଘ ୩୮ ବର୍ଷର କ୍ୟାରିଅରରେ ୧୨୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିଥିଲେ।