ଓଡିଆନ୍ ନ୍ୟୁଜ

140

ଛିଙ୍କ ନ ହେବା ପାଇଁ ଏବଂ ହେଉଥିଲେ କ’ଣ କରିବେ

Team Odian News |

ଛିଙ୍କ ନ ହେବା ପାଇଁ ଏବଂ ହେଉଥିଲେ କ’ଣ କରିବେ
ସାଧାରଣତଃ  ଥଣ୍ଡା ହେଲେ ବା ଆଲର୍ଜି ହେଲେ ଛିଙ୍କ ହୋଇଥାଏ । ଯଦି ଆପଣ ବି  ବେଶି ଛିଙ୍କ ଦ୍ୱାରା ପୀଡ଼ିତ ତେବେ  ଏଥିରୁ ରକ୍ଷା  ପାଇବା ଲାଗି ନିମ୍ନ ଉପାୟ ଗୁଡ଼ିକୁ ଆପଣାଇ ପାରନ୍ତି ।
 
ପ୍ରଥମତଃ  ଆପଣ   ବିଭିନ୍ନ ପ୍ରକାରର ସାଇଟ୍ରସ୍‌ ଫଳ ଯଥା  କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି  ଆଦି  ଖାଇପାରନ୍ତି । ଏଥିରେ  ଆଣ୍ଟି ଆକ୍ସିଡେଣ୍ଟସ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ଆପଣଙ୍କୁ ସୁରକ୍ଷା  ଦେଇପାରିବ ।
   
ପ୍ରତିଦିନ ଦୁଇତିନିଟି ଅଅଁଳା ସେବନ କଲେ ମଧ୍ୟ ଛିଙ୍କ ସମସ୍ୟାରୁ  ମୁକ୍ତି ମିଳିଥାଏ ।
   
ଛିଙ୍କ  ନ ହେବା ପାଇଁ  ଚାହୁଁଥିଲେ ଦିନରେ  ଦୁଇ  ତିନିଥର  ବଡ଼ ଅଳେଇଚ ଚୋବାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।
   
ଅଦାରେ ଆଣ୍ଟି ସେପ୍ଟିକ୍‌ ଗୁଣ ରହିଛି । ତିନି ଇଞ୍ଚ ଅଦା ଖଣ୍ଡକୁ  ଦୁଇ  ଚାମଚ  ମହୁରେ  ମିଶାଇ  ପାଣିରେ ଫୁଟାନ୍ତୁ । ପ୍ରତିଦିନ  ଶୋଇବା ପୂର୍ବରୁ  ଏହି ମିଶ୍ରଣ  ପାନ କଲେ ଛିଙ୍କ  ହେବାର  ଆଶଙ୍କା  ରହିବ ନାହିଁ ।