ଓଡିଆନ୍ ନ୍ୟୁଜ

151

୨୪ ବିଧାୟକଙ୍କୁ ମିଳିଲା ‘ଶ୍ରେଷ୍ଠ ବିଧାୟକ’ ସମ୍ମାନ

Team Odian News |

୨୪ ବିଧାୟକଙ୍କୁ ମିଳିଲା ‘ଶ୍ରେଷ୍ଠ ବିଧାୟକ’ ସମ୍ମାନ 
ଭୁବନେଶ୍ୱର,୨୪/୮(ଓଡ଼ିଆନ୍ ନ୍ୟୁଜ୍):ଶୁକ୍ରବାର ୮ ବର୍ଷ ପାଇଁ ଏକକାଳୀନ ଭାବେ ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ବିଧାନସଭା ପକ୍ଷରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୦୯ରୁ ୨୦୧୬ ପର୍ୟ୍ୟନ୍ତ ଏହି ସମ୍ମାନ ଦିଆଯାଇଛି। ୨୪ ତାରିଖ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ବିଧାୟକମାନଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ସମ୍ମାନ ପ୍ରଦାନ କରାଯାଇଛି । ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁଚରଣ ଦାସ(୨୦୦୯), ଅରୁଣ କୁମାର ସାହୁ(୨୦୧୦), ପ୍ରଭାତ କୁମାର ବିଶ୍ୱାଳ(୨୦୧୧), ଡା. ପ୍ରଫୁଲ ମାଝୀ(୨୦୧୨), ଅମର ପ୍ରସାଦ ଶତପଥୀ(୨୦୧୩), ପ୍ରମିଳା ମଲ୍ଲିକ(୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ(୨୦୧୫) ଓ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ(୨୦୧୬)ଙ୍କୁ ସମ୍ମାନିତ କରାଯାଇଛି।
ଉତ୍କଳ ଗୌରବ ସମ୍ମାନ ପାଇଛନ୍ତି ସୁରେନ୍ଦ୍ର ନାଥ ନାୟକ(୨୦୦୯), ବିମ୍ବାଧର କୁଅଁର(୨୦୧୦), ନିତ୍ୟାନନ୍ଦ ପ୍ରଧାନ(୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ(୨୦୧୨), ବିକ୍ରମ କେଶରୀ ବର୍ମା(୨୦୧୩), ରାଜେନ୍ଦ୍ର ଢୋଲକିଆ(୨୦୧୪), ସୁରେନ୍ଦ୍ର ନାଥ ପରମାଣିକ(୨୦୧୫) ଓ ଚକ୍ରଧର ପାଇକ(୨୦୧୬)। ସେହିପରି ଉତ୍କଳମଣି ସମ୍ମାନରେ ସଂଜୟ କୁମାର ଦାସବର୍ମା (୨୦୦୯), ପ୍ରୀତିରଞ୍ଜନ ଘଡ଼େଇ (୨୦୧୦), ସମୀର ରଂଜନ ଦାଶ (୨୦୧୧), ପ୍ରଶାନ୍ତ କୁମାର ମୁଦୁଲି (୨୦୧୨), ବିଜୟ କୁମାର ମହାନ୍ତି(୨୦୧୩), ଡା. ରାସେଶ୍ୱରୀ ପାଣିଗ୍ରାହୀ(୨୦୧୪), ଦିବ୍ୟଶଙ୍କର ମିଶ୍ର(୨୦୧୫) ଓ ପ୍ରଦୀପ ପୁରୋହିତ(୨୦୧୬)ଙ୍କୁ ସମ୍ମାନିତ କରାଯାଇଛି।