ଓଡିଆନ୍ ନ୍ୟୁଜ

218

ସାରଥି ସତସଙ୍ଗକୁ ସାବଧାନ

Team Odian News |

ସାରଥି ସତସଙ୍ଗକୁ ସାବଧାନ
କେନ୍ଦ୍ରାପଡ଼ା,୨୪ ।୮(ଓଡ଼ିଆନ୍ ନ୍ୟୁଜ୍): ତଥାକଥିତ ବାବା ସାରଥି ଏବେ ଜେଲରେ   । ପ୍ରାୟ ତିନି ବର୍ଷ ହେବ ତାଙ୍କ ବାରିମୂଳ ଠାରେ ପ୍ରତିଷ୍ଠିତ ଆଶ୍ରମ ଏବଂ ମନ୍ଦିର ତାଲାପଡ଼ି ରହିଛି । ହେଲେ ତାଙ୍କ ଭକ୍ତମାନେ ତାଙ୍କ ସତସଙ୍ଗ କରିବାକୁ ଆଜି ମଧ୍ୟ ପଛାଇ ନାହାଁନ୍ତି  । ଯାହାକୁ ନେଇ ରାଜକନିକା ଅଞ୍ଚଳରେ କୌତୁହଳ ସୃଷ୍ଟି ହୋଇଛି  । ଏମିତିକି ଶୁକ୍ରବାର ସନ୍ଧ୍ୟାରେ ରାଜକନିକା ବ୍ଲକ୍ ଗଞ୍ଜା ଗ୍ରାମର ଜଣେ ବ୍ୟକ୍ତିଙ୍କ ନବଜାତ ପୁତ୍ରର ଜନ୍ମଦିନ ଅବସରରେ ସାରଥିଙ୍କ ସତସଙ୍ଗର ଆୟୋଜନ ହୋଇଥିଲା  । ଟେଂଟ କରାଯିବା ସହିତ ମାଇକ୍  ବି ବାଜୁଥିଲା  । ରଙ୍ଗୀନ ଆଲୋକରେ ସଜ୍ଜାଯାଇଥିଲା  । ମଞ୍ଚରେ ଏକ ବିମାନରେ ସାରଥିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ କରାଯାଇ ସଜ୍ଜିତ କରାଯାଇଥିଲା  ।  ଧୂପ ଆଉ ଦୀପରେ ପୂଜାର୍ଚ୍ଚନା କରାଯାଉଥିଲା  । ଖବର ପାଇଁ ଚାନ୍ଦବାଲି, ପଟ୍ଟାମୁଣ୍ଡାଇ, ଆଳି, ବିଞ୍ଚାରପୁର ଏବଂ ରାଜକନିକାର ଶତାଧିକ ଭକ୍ତମାନେ ଚାରିଚକିଆ ଏବଂ ଦୁଇ ଚକିଆ ଗାଡ଼ିରେ ଆସି ଏକାଠି ହୋଇଥିଲେ  ।  ଭଜନକୀର୍ତନ ଆରମ୍ଭ କରିଦେଇଥିଲେ  । ସାରଥିଙ୍କୁ ମୁଣ୍ଡିଆ ମାରି ପ୍ରଣାମ ବି ଜଣାଉଥିଲେ  । ଏଭଳି ସତସଙ୍ଗ ହେଉଥିବାର ଖବର ପାଇଁ ଗ୍ରାମର ଶତାଧିକ ଯୁବକମାନେ ଏକାଠି ହୋଇ ଏହାକୁ ବିରୋଧ କରିଥିଲେ  । ଭଣ୍ଡବାବାଙ୍କ ଏଭଳି ପୂଜା ଆଉ ସତସଙ୍ଗକୁ ବନ୍ଦ କରିବାକୁ ପାଟିତୁଣ୍ଡ କରିଥିଲେ  । ଯୁବକମାନଙ୍କ ଏଭଳି ତୀବ୍ର ବିରୋଧ କାରଣରୁ ଭକ୍ତମାନେ ଛତ୍ରଭଙ୍ଗଦେଇ ପଳାଇଯିବାକୁ ବାଧ୍ୟ ହୋଇଥିଲେ  । ଏହି ଘଟଣାପରେ ଯୁବକମାନେ ରାଜକନିକା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ  । ରାଜକନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ସତସଙ୍ଗ ପାଇଁ ଆୟୋଜନ ହୋଇଥିବା ଖାଦ୍ୟପ୍ରଦାର୍ଥ ନଷ୍ଟ ହୋଇଥିବା ନେଇ ଜଣାପଡ଼ିଛି  । ଭଣ୍ଡ ସାରଥିଙ୍କ କଳାକାରନାମା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ମଧ୍ୟ ତାଙ୍କ ପ୍ରତି ଲୋକମାନଙ୍କ ଅନ୍ଧ ବିଶ୍ୱାସକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବୁଦ୍ଧିଜିବୀ  ।