ଓଡିଆନ୍ ନ୍ୟୁଜ

144

୯ମ ଦିନରେ ୫ ପଦକ : ନୀରଜ ଜିତିଲେ ୮ମ ସ୍ୱର୍ଣ୍ଣ

Team Odian News |

୯ମ ଦିନରେ ୫ ପଦକ : ନୀରଜ ଜିତିଲେ ୮ମ ସ୍ୱର୍ଣ୍ଣ
ଜାକର୍ତ୍ତା,୨୭/୮(ଓଡ଼ିଆନ୍ ନ୍ୟୁଜ୍)ଜାକର୍ତ୍ତା :  ଏସୀୟ କ୍ରୀଡ଼ାରେ ଭାରତ ପାଇଁ ୮ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ଚୋପ୍ରା। ଅଷ୍ଟାଦଶ ଏସୀୟ କ୍ରୀଡ଼ା ନବମ ଦିନରେ ଜାଭଲିନ୍ ଥ୍ରୋରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦ ବର୍ଷୀୟ ନୀରଜ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ହାସଲ କରିଛନ୍ତି। ନୀରଜ ୮୮.୦୬ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ସୋମବାର ଭାରତ ଆଉ ୩ଟି ରୌପ୍ୟ ପଦକ ହାସଲ କରିଛି । ୪୦୦ମିଟର ପୁରୁଷ ବାଧା​ ଦୌଡରେ ଧରୁନ୍ ଆୟାସ୍ବାମୀ ରୌପ୍ୟ ପଦକ ଜିତିଛନ୍ତି । ମହିଳା ଲମ୍ବ ଡିଆଁରେ ନୀନା ଭାରାକିଲ ଏବଂ ୩୦୦୦ମିଟର ଷ୍ଟିପଲଚେସ୍ ରେ ସୁଧା ସିଂହ ରୌପ୍ୟ ପଦକ ବିଜୟୀ ହୋଇ ଛନ୍ତି । ସୋମବାର ନବମ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ,୩ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ସମେତ ମୋଟ ୫ଟି ପଦକ ଜିତିଛି । ପୂର୍ବରୁ ବ୍ୟାଡମିଣ୍ଟନରେ ସାଇନା ନେହୱାଲ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ସହ ମୋଟ୍ ୮ଟି ସ୍ୱର୍ଣ୍ଣ, ୧୩ଟି ରୌପ୍ୟ, ଏବଂ ୨୦ଟି ବ୍ରୋଞ୍ଜ ପଦକକୁ ମିଶାଇ ଭାରତ ମୋଟ୍ ୪୧ ପଦକ ହାସଲ କରିଛି।