ଓଡିଆନ୍ ନ୍ୟୁଜ

98

ଏହି ନିର୍ଦ୍ଦେଶକମାନଙ୍କ ସହ ଦ୍ୱିତୀୟ ଥର କାମ କରିନାହାନ୍ତି ଝିଲିକ୍‌ !

Team Odian News |

ଏହି ନିର୍ଦ୍ଦେଶକମାନଙ୍କ ସହ ଦ୍ୱିତୀୟ ଥର କାମ କରିନାହାନ୍ତି ଝିଲିକ୍‌ !
ଓଲିଉଡରେ  ଲୋକପ୍ରିୟ  ନାୟିକା  ଝିଲିକ୍‌  ୨୦୧୩ରେ ମୁକ୍ତିଲାଭ  କରିଥିବା  ଓଡ଼ିଆ ଛବି ‘ଟାର୍ଗେଟ୍‌’ରୁ କ୍ୟାରିଅର୍‌ ଆରମ୍ଭ  କରିଥିଲେ ।  ଏହାର   ନିର୍ଦ୍ଦେଶକ  ଥିଲେ  ଏସ୍‌.କେ.ମୁରଲୀଧରନ୍‌ । ଏହାପରେ ତାଙ୍କୁ ଓଲିଉଡରେ  ଭଲ ଭଲ  ଅଫର୍‌  ମିଳିବା  କାରଣରୁ  ସେ  ବଙ୍ଗୀୟା ହୋଇ ମଧ୍ୟ ଓଡ଼ିଶାରେ ରହିଯାଇଛନ୍ତି ।
  ହେଲେ  ଆପଣ ଜାଣନ୍ତି କି  ଝିଲିକ୍‌ଙ୍କର  ଏଯାବତ୍‌  ଯେଉଁସବୁ  ଫିଲ୍ମ ରିଲିଜ୍‌  ହୋଇଛନ୍ତି, ସେଥିମଧ୍ୟରୁ  ଅଧିକାଂଶଙ୍କ ସହ ଥରଟିଏ  କାମ  କରିଛନ୍ତି । ଡେବ୍ୟୁ ଫିଲ୍ମର  ନିର୍ଦ୍ଦେଶକ  ଏସ୍‌.କେ.ମୁରଲୀଧରନ୍‌ ଙ୍କ  ସହ ଦ୍ୱିତୀୟ ଥର କାମ  କରିନାହାନ୍ତି । ଠିକ୍‌ ସେହିପରି  ଓଲିଉଡର ପ୍ରତିଭାବାନ୍‌  ନିର୍ଦ୍ଦେଶକ  ଅଶୋକ ପତିଙ୍କ  କେବଳ  ଗୋଟିଏ  ସିନେମା ‘ ସୁପର ମିଛୁଆ’ରେ କାମ  କରିଥିଲେ । ଅତ୍ୟତମ  ଖ୍ୟାତନାମା  ନିର୍ଦ୍ଦେଶକ  ହିମାଂଶୁ  ପରିଜାଙ୍କର କେବଳ ଗୋଟିଏ ସିନେମା ‘ ଲଭ୍‌  ୟୁ ହମେଶା’ ରେ  ନାୟିକା  ଥିଲେ  ଝିଲିକ୍‌ ।
     ଠିକ୍‌ ସେହିପରି  ଡେବ୍ୟୁଟାଣ୍ଟ ଡିରେକ୍ଟର୍‌ ରାଜୁ ସରଭେୟାଙ୍କ ‘ ଜବରଦସ୍ତ ପ୍ରେମିକ ’, ଚନ୍ଦନ ମହାପାତ୍ରଙ୍କ ‘ତୁମକୁ ଦେଖିଲା ପରେ’ ରେ ନାୟିକା  ଭୂମିକାରେ  ଦେଖିବାକୁ  ମିଳିଛନ୍ତି ଝିଲିକ୍‌। ସଂଯୋଗ ବଶତଃ ଏହି ନିର୍ଦ୍ଦେଶକମାନେ ଦ୍ୱିତୀୟ ଓଡ଼ିଆ  ସିନେମା ତିଆରି  କରିନାହାନ୍ତି ।  ତେବେ ଜଣାଶୁଣା  ନିର୍ଦ୍ଦେଶକ  ଦିଲୀପ ପଣ୍ଡାଙ୍କ ସହ  ସିନେମା ‘ ତୁ ମୋ’ ହିରୋ’ରେ ପ୍ରଥମ ଥର ପାଇଁ  କାମ କରିଛନ୍ତି  ଝିଲିକ୍‌ । ଏହି ସିନେମା ଏବେ ମୁକ୍ତ ପ୍ରତୀକ୍ଷାରେ ରହିଛି।