ଓଡିଆନ୍ ନ୍ୟୁଜ

152

ଖୋଲିଲା ହୀରାକୁଦର ୨୦ ଗେଟ ; ମହାନଦୀରେ ବନ୍ୟା ଆଶଙ୍କା

Team Odian News |

ଖୋଲିଲା ହୀରାକୁଦର ୨୦ ଗେଟ ; ମହାନଦୀରେ ବନ୍ୟା ଆଶଙ୍କା
କଟକ,୨୮/୮(ଓଡ଼ିଆନ୍ ନ୍ୟୁଜ୍): ମଙ୍ଗଳବାର ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି । ଆଜି ସଂଧ୍ୟା ସୁଦ୍ଧା ୨୫ଟି ଗେଟ୍ ଖୋଲା ଯିବ ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ୨୫ଟି ଗେଟରେ ପ୍ରତି ସେକେଣ୍ଡରେ ୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ । ଆଜି ସଂଧ୍ୟା ସୁଦ୍ଧା ମୁଣ୍ଡୁଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ବହିବ ଏବଂ ଗୁରୁବାର ସକାଳେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଣାପଡିଛି । ଏହାକୁ ନେଇ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ନେଇ ମହାନଦୀ ଅବବାହିକାର ସମସ୍ତ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିଶନର ସତର୍କ ସୂଚନା ଜାରି କରିଛନ୍ତି । ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ମିଳିଛି । ତଳ ମୁଣ୍ଡରେ ବର୍ଷା ହେଊ ନ ଥିବାରୁ ବନ୍ୟା ସମ୍ଭାବନା ନାହିଁ ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି । ମଙ୍ଗଳବାର ହୀରାକୁଦ ଡ୍ୟାମରେ ପ୍ରତି ସେକେଣ୍ଡରେ ୧,୩୪,୭୨୭ ଘନଫୁଟ୍ ଜଳ ପ୍ରବେଶ ହେଉଥିବା ବେଳେ ୨,୫୧,୧୪୫ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଛତିଶଗଡ ରବିଶଙ୍କର ଡ୍ୟାମରୁ ୧.୪୦ ଲକ୍ଷ ଘନଫୁଟ୍ ଜଳ ଏବଂ ଅନ୍ୟ ୨ଟି ଛୋଟ ପ୍ରୋଜେକ୍ଟରୁ ୬୦ ହଜାର ଘନଫୁଟ୍ ଜଳ ହୀରାକୁଦ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି।