ଓଡିଆନ୍ ନ୍ୟୁଜ

108

ରୋଗୀର ମୃତ୍ୟୁ ପରେ ଆତ୍ମହତ୍ୟା ଉଦ୍ୟମ କଲେ ଡାକ୍ତର

Team Odian News |

ରୋଗୀର ମୃତ୍ୟୁ ପରେ ଆତ୍ମହତ୍ୟା ଉଦ୍ୟମ କଲେ ଡାକ୍ତର
ବରଗଡ଼,୨୮/୮(ଓଡ଼ିଆନ୍ ନ୍ୟୁଜ୍): ବରଗଡ ସହରରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ବରଗଡ଼ ସହର ଉପକଣ୍ଠ ବନବାସପାଲି ଗ୍ରାମର ଲବଙ୍ଗ ସାହୁ ନାମ୍ନୀ ଜଣେ ମହିଳାଙ୍କ ଚିକିତ୍ସାବେଳେ ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁ ହେବା ପରେ ସମ୍ପୃକ୍ତ ଡାକ୍ତର ବରଗଡ଼ ବାନ୍ଦୁଟିକ୍ରା ନିବାସୀ ସୁବୋଧ ସାହୁ ନିଜ କ୍ଲିନିକରେ ପୁଲିସ ସମ୍ମୁଖରେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ମୃତ ମହିଳାଙ୍କ ଦାନ୍ତ ବିନ୍ଧା ହେଉଥିଲା ଫଳରେ ସେ ଚିକିତ୍ସା ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ଆସିଥିଲେ।