ଓଡିଆନ୍ ନ୍ୟୁଜ

190

୧୯ ବର୍ଷ ପରେ ଘରକୁ ବାହୁଡ଼ିଲେ ଶରତ

Team Odian News |

୧୯ ବର୍ଷ ପରେ ଘରକୁ ବାହୁଡ଼ିଲେ ଶରତ
କେନ୍ଦ୍ରାପଡ଼ା,୨୪ ।୮(ଓଡ଼ିଆନ୍ ନ୍ୟୁଜ୍): ବର୍ଷେ ନୁହେଁ କି ଦୁଇ ବର୍ଷ  । ଦୀର୍ଘ ୧୯ ବର୍ଷ ଧରି କଟିଥିଲା ଦାଦନ ଶ୍ରମିକର ଦୁଃଖ  । ତାହା ପୁଣି  ଜୀବନ ଜର୍ଜରିତ ଦଲାଳଙ୍କ ନିର୍ଜାତିତ ମାନବ ଚାଲଣର ଗୋତି ଶ୍ରମିକ  । ଏମିତି ଗୋତି ଶ୍ରମିକରୁ ମୁକୁଳିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଡଙ୍କାରୀ ଗ୍ରାମର ଶରତ ସାମଲ । ସାନ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ମଲାକତରାରେ ପଡ଼ିରହିଥିଲେ ବାପା କାଙ୍ଗାଳି ସାମଲ ଏବଂ ମା ଦୌପଦୀ  । ହେଲେ ପୁଅକୁ ଦେଖି ଖୁସିରେ କାନ୍ଦିପକାଇଛନ୍ତି ବାପ ମା’  । ବିଛଣାରୁ ଉଠି ପୁଅକୁ ଦେଖି ଆତ୍ମ ବିଭୋର ହୋଇପଡ଼ିଛନ୍ତି  ।  ଗାଁର ସାଇପଡ଼ିଶା, ଭାଇ ବନ୍ଧୁ କୁଟୁମ୍ବଙ୍କ ଭିଡ଼ ଲାଗିରହିଛି ଘରେ  । ଘର ବାହୁଡ଼ା ଶରତଙ୍କୁ ଦେଖି ଖୁସିହେଉଛନ୍ତି  । ସତେ ଯେମିତି ଶରତଙ୍କ ପୁର୍ନ ଜନ୍ମ ହୋଇଛି  ।  କାଙ୍ଗାଳି ଜଣେ ମାଟି କାରିଗର  । ତିନି ପୁଅରୁ ସବା ସାନ ଥିଲେ ଶରତ  । ହେଲେ  ୧୯୯୯ ମସିହାର ଦାରୁଣ ବୈବଦୁର୍ବିପାକ ପରେ ଘରର ଆର୍ଥିକ ସ୍ଥିତି ଭଲ ନଥିଲା  । ବାଧ୍ୟ ହୋଇ ରୋଜଗାର ଆଶା ଆଉ ଘର ଚଲେଇବା ଜିଦ୍ରେ ଘର ଛାଡ଼ି କାମ ଅନ୍ୱେଷଣ ଘରୁ ବାହାରି ଯାଇଥିଲେ ଶରତ  । ଗାଁ ଛାଡ଼ି ·ଲି ଯାଇଥିଲେ ବଲାଙ୍ଗିର । ସେଠାରେ ଏକ ରାଇସ୍ ମିଲରେ ଗାଡ଼ି ·ଳକ ଭାବରେ ୩ ମାସ କାମ କରିବା ପରେ ଆନ୍ଧ୍ରର ସଇବ ଅଖତାର ନାମକ ଜଣେ ଦଲାଲ୍ ସହ ତାଙ୍କର ଭେଟ ହେଇଥିଲା । ଦଲାଲ୍ ଜଣକ ଭଲ କାମ ଓ ଅଧିକ ପଇସା ଦରମା ମିଳିବାର ଲୋଭ ଦେଖାଇଥିଲେ  ।  ଶରତ ଏବଂ ଅନ୍ୟ ୬ ଜଣଙ୍କୁ ଆନ୍ଧ୍ରପ୍ରଦେଶର ରାଜମନ୍ଦିର ନାମକ ଏକ ସ୍ଥାନକୁ ନେଇଯାଇଥିଲେ  । ହେଲେ ସେଠାରେ ଦଲାଲ ଜଣକ ଗୋଟିଏ ମଇଁଷି ଫାର୍ମ ହାଉସ୍ରେ ଏହି ଓଡ଼ିଆ ଦାଦନ ଶ୍ରମିକ ମାନଙ୍କୁ ବିକ୍ରି କରିଦେଇଥିଲେ  । ଫାର୍ମ ହାଇସ୍ରେ ଏହି ଶ୍ରମିକଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟା·ର । ଦରମା ମିଳିବା ଦୁରର କଥା ଠିକ୍ରେ  ଖାଇବାକୁ ବି ମିଳୁନଥିଲା  ।  ଦିନକୁ ୨୦ ଘଂଟା କାମ କରିବାକୁ ପଡ଼ୁଥିଲା  । କାମ ନକଲେ ମାଡ଼ ମରାଯାଉଥିଲା  । ଏମିତିରେ ୬ ବର୍ଷ ବିତିଯାଇଥିଲା  । ମାନସିକ ଭାବେ ପାଗଳ ହୋଇଯାଇଥିଲେ ଶରତ  । ହେଲେ ଏମିତି ଦିନେ ଫାର୍ମ ହାଉସ୍ରୁ ଖିର ନେଇ ବିକ୍ରି କରୁଥିବା ଜଣେ ଦରଦି ମଣିଷଙ୍କ ନିକଟରେ ନିଜର ଦୁଃଖ ଜଣାଇଥିଲେ ଏହି ଓଡ଼ିଆ ଶ୍ରମିକ ମାନେ  ।  ସେହି ଲୋକର ସହାୟତା ଆଉ ପରାମର୍ଶରେ ରାତିରେ ଲୁଚି ଲୁଚି ଜୀବନ ବଞ୍ଚାଇଥିଲେ ଏହି ଶ୍ରମିକ ମାନେ  । ସେଠାରୁ ହାଇଦ୍ରାବାଦ୍ ପଲାଇଯାଇଥିଲେ  । ହେଲେ ଛଅ ବର୍ଷର ଯନ୍ତ୍ରଣାରେ ଶରତ ନିଜ ସଂପର୍କରେ ସବୁ କିଛି ଭୁଲିଯାଇଥିଲେ  । ମୁକ ପାଲଟିଯାଇଥିଲେ  । ହାଇଦ୍ରାବାଦ୍ ଠାରେ ଜଣେ ବ୍ୟକ୍ତିଙ୍କ ସହାୟତାରେ  ଶ୍ରମିକ ଭାବେ କାମ କରିଥିଲେ  । ଆଉ ସେଠାରେ ସୁସ୍ଥ ହେବା ପରେ ସତେଯେମିତି ତାଙ୍କର ଘର କଥା, ଗାଁ କଥା, ବାପ ମା’ଙ୍କ କଥା ମନେ ପଡ଼ିଯାଇଥିଲା  । ଗାଁ ଆଉ ବାପ ମା’ ଭାଇ ଭଉଣୀଙ୍କ କଥା ମନେ ପଡ଼ିବାକୁ ବିତିଯାଇଥିଲା ଦୀର୍ଘ ୧୯ ବର୍ଷ  । ଅତୀତର ଏମିତି କେତେ  କେତେ ନିଜ  ଦୁଃଖ ହତାସର କଥାକୁ ଲୁହ ଝରାଇ କହନ୍ତି ଶରତ । ।ଏବେ ୪୦ ବର୍ଷରେ ପହଞ୍ଚିଛନ୍ତି ସେ  । ବିବାହ କରି ନାହାଁନ୍ତି  । ହେଲେ ଗାଁକୁ ଫେରି ବାପ ମା’ଙ୍କୁ ଦେଖି ସେ ଖୁସି ଥିବାର କହିଛନ୍ତି  । ଅତୀତର କଥା ଯେମିତି ତାଙ୍କ ପାଇଁ ପୂର୍ବ ଜନ୍ମର ୍କଥା ଭଳି ଲାଗୁଛି, ଏବେ ଠୁ ନୂଆ ଜୀବନ ଆରମ୍ଭର ପ୍ରୟାସରେ ଅଛନ୍ତି ଶରତ  ।