ଓଡିଆନ୍ ନ୍ୟୁଜ

162

କଟକରେ ଆଇନଜୀବୀ ଓ ପୁଲିସ ମୁହାଁ ମୁହିଁ

Team Odian News |

କଟକରେ ଆଇନଜୀବୀ ଓ ପୁଲିସ ମୁହାଁ ମୁହିଁ 
କଟକ,୨୯ା୮(ଓଡ଼ିଆନ୍ ନ୍ୟୁଜ୍): କଟକରେ ଆଇନଜୀବୀଙ୍କୁ ପୁଲିସ ମାଡ ମାରିବା ଘଟଣା ତୀବ୍ର ରୂପ ଧାରଣ କରିଛି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପୁଲିସ ପିସିଆର ଭ୍ୟାନକୁ ପୋଡି ଦିଆଯାଇଛି । ତେବେ ଏହି ଭ୍ୟାନ କିପରି ଜଳିଲା ତାହା ସ୍ପଷ୍ଟ ହୋଇ ନାହିଁ । ଆଇନଜୀବୀଙ୍କୁ ମାଡ ପ୍ରତିବାଦ ଘଟଣାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ମାଡ ଘଟଣାର ପ୍ରତିବାଦରେ ଗୁରୁବାର ଯାଏଁ କାର୍ଯ୍ୟରେ ଯୋଗ ନ ଦେବାକୁ ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ନିଷ୍ପତି ନିଆଯାଇଛି । ମଙ୍ଗଳବାରରେ କଟକ ଚାଉଳିଆଗଞ୍ଜ ଥାନା  ନିକଟରେ  ଦେବୀ ପ୍ରସାଦ ପଟ୍ଟନାୟକ ନାମକ ଆଇନଜୀବୀଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଆଇନଜୀବୀମାନେ ଥାନା ଘେରାଉ କରିଥିଲେ । ମାଡମରା ଘଟଣାର ପ୍ରତିବାଦରେ ଆଇନଜୀବୀଙ୍କର ଏକ ପ୍ରତିନିଧିମଣ୍ଡଳ ମୁଖ୍ୟବିଚାରପତିଙ୍କୁ ଭେଟି ଘଟଣାସମ୍ପର୍କରେ ଅବଗତ କରାଇଛନ୍ତି । ପୁଲିସ ପକ୍ଷରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି ।