ଓଡିଆନ୍ ନ୍ୟୁଜ

231

୧୧ ଜିଲ୍ଲାକୁ ବନ୍ୟା ସତ୍ତର୍କ: ସଚିବାଳୟରେ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

Team Odian News |

୧୧ ଜିଲ୍ଲାକୁ ବନ୍ୟା ସତ୍ତର୍କ: ସଚିବାଳୟରେ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ଭୁବନେଶ୍ୱର,୨୯/୮(ଓଡ଼ିଆନ୍ ନ୍ୟୁଜ୍):ଫୁଲୁଛି ମହାନଦୀଗୁରୁବାର ସକାଳ ସୁଦ୍ଧା ମୁଣ୍ଡଳୀରେ ପହଞ୍ଚିବ ୮ ଲକ୍ଷ କ୍ୟୁସେକ୍ ପାଣି୧୧ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜଗା ରହିବାକୁ ନିର୍ଦ୍ଦେଶ୨୫ଟି ଗେଟ୍ ଦେଇ ହରାକୁଦରୁ ଆସୁଛି ବନ୍ୟା ଜଳ ଗୁରୁବାର ସକାଳ ସୁଦ୍ଧା ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିବ ୮ ଲକ୍ଷ କ୍ୟୁସେକ୍ ପାଣି। ଫଳରେ ୧୧ଟି ଜିଲ୍ଲାରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଇଦେଇଛି। ବନ୍ୟାକୁ ନେଇ ନଦୀକୂଳିଆ ବାସିନ୍ଦା ଆତଙ୍କିତ ହୋଇଯାଇଥିବା ବେଳେ ସଚିବାଳୟରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କରିଛନ୍ତି ସମୀକ୍ଷା। ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ମଙ୍ଗଳବାରଠାରୁ ୨୫ଟି ଗେଟ୍‌ରେ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀ ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଅନୁଗୁଳ, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏସବୁ ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ବଳ ଓ ବିପଦସଙ୍କୁଳ ନଦୀ ବନ୍ଧର ସୁରକ୍ଷା, ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର, ଖାଦ୍ୟ, ପାନୀୟ ଜଳ, ଔଷଧ ଆଦି ବିଭିନ୍ନ ସାମଗ୍ରୀ ମହଜୁଦ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୩ଟି ଏନଡିଆର୍‌ଏଫ୍ ଓ ୨ଟି ଓଡ୍ରାଫ ଟିମ୍ ମହଜୁଦ ରଖାଯାଇଛି। ୧୯୮ଟି ବୋଟ୍ ଏବଂ ୪୭୪ଟି ଆଶ୍ରୟସ୍ଥଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।