ଓଡିଆନ୍ ନ୍ୟୁଜ

211

୨୦୦ ମିଟର ଦୌଡ ଫାଇନାଲ୍‌ରେ ଦୂତି ଜିତିଲେ ରୌପ୍ୟ ପଦକ

Team Odian News |

୨୦୦ ମିଟର ଦୌଡ ଫାଇନାଲ୍‌ରେ ଦୂତି ଜିତିଲେ ରୌପ୍ୟ ପଦକ
ଜାକାର୍ତ୍ତା,୨୯ା୮(ଓଡ଼ିଆନ୍ ନ୍ୟୁଜ୍): ଇଣ୍ଡୋନେସିଆର ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଦୂତି ଚାନ୍ଦ ମହିଳା ୨୦୦ ମିଟର ଦୌଡ ପ୍ରତିଯୋଗିତାର ଫାଇନାଲ୍‌ରେ ରୌପ୍ୟ ପଦକ ଜିତିଛନ୍ତି । ୨୩.୨୦ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରିଥିଲେ । ସେ ପୂର୍ବରୁ ମହିଳା ୧୦୦ ମିଟର ଦୌଡ ପ୍ରତିଯୋଗିତାରେ  ରୌପ୍ୟ ପଦକ ଜିତିଥିଲେ । ଯୋଗ୍ୟତା ପର୍ଯ୍ୟାୟରୁ ସେମିଫାଇନଲ୍‌କୁ ଉନ୍ନୀତ ହେବା ପରେ ସେ ସେମିଫାଇନଲ୍‌ରେ ୨୦୦ ମିଟର  ଦୂରତା ଅତିକ୍ରମ କରିବା ପାଇଁ ୨୩  ସେକେଣ୍ଡ ସମୟ ନେଇଥିଲେ । ଆଗାମୀ ଦିନରେ ସେ ସ୍ୱର୍ଣ୍ଣ ପାଇଁ ଚେଷ୍ଟା ଜାରି ରଖିବେ ବୋଲି ଦୂତି କହିଛନ୍ତି ।