ଓଡିଆନ୍ ନ୍ୟୁଜ

140

ଓଡ଼ିଶା ସରକାରଙ୍କ ଘୋଷଣା: ଭାରତ ବନ୍ଦ ଯୋଗୁଁ ସୋମବାର ଛୁଟି ରହିବ ସମସ୍ତ ସ୍କୁଲ

Team Odian News |

ଓଡ଼ିଶା ସରକାରଙ୍କ ଘୋଷଣା: ଭାରତ ବନ୍ଦ ଯୋଗୁଁ ସୋମବାର ଛୁଟି ରହିବ ସମସ୍ତ ସ୍କୁଲ
 ଭୁବନେଶ୍ୱର,୯/୯(ଓଡ଼ିଆନ୍ ନ୍ୟୁଜ୍): କଂଗ୍ରେସର ଭାରତ ବନ୍ଦ ଡାକରା ଯୋଗୁଁ ସେପ୍ଟେମ୍ବର ୧୦ (ସୋମବାର) ଓଡ଼ିଶାର ସମସ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। କଂଗ୍ରେସ ଗୁରୁବାର କହିଛି କ୍ରମାଗତ ଭାବରେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଜନତା ଅତିରିକ୍ତ ଖର୍ଚ୍ଚାନ୍ତ ହେଉଛନ୍ତି। କ୍ରମାଗତ ଭାବରେ ପେଟ୍ରୋଲ ଦର ବଢୁଥିବାରୁ ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି।