ଓଡିଆନ୍ ନ୍ୟୁଜ

124

ବଢ଼ିଲା ବସ ଭଡ଼ା

Team Odian News |

ବଢ଼ିଲା ବସ ଭଡ଼ା ତେଲ ଦର ବଢ଼ିଥିବାରୁ ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। କିମି ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି ବସ୍‌ ଭଡ଼ା । ଅର୍ଡିନାରୀ, ଏକ୍ସପ୍ରେସ ବସ୍‌ର ଭଡ଼ା କିମି ପିଛା ୨ ପଇସା ଓ ଡିଲକ୍ସ, ଏସି ଡିଲକ୍ସ କିମି ପିଛା ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ର ଭଡ଼ା କିମି ପ୍ରତି ୭୦ ପଇସା ଥିବା ବେଳେ ଏବେ ବଢ଼ି ହେଲା ୭୨ ପଇସା। ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା କିମି ପ୍ରତି ୭୩ରୁ ୭୫ ପଇସା ହୋଇଛି। ଡିଲକ୍ସ ବସ୍ ଭଡ଼ା କିମିକୁ ଥିଲା ୧୦୧ ପଇସା ଓ ବଢ଼ି ହେଲା ୧୦୫ ପଇସା। ସେହିପରି ଏସି ଡିଲକ୍ସ ୧ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୭ ପଇସା ହୋଇଛି।