ଓଡିଆନ୍ ନ୍ୟୁଜ

153

ଅନ୍‌ଲାଇନରେ ମିଳିବ ବୋର୍ଡ, ବିଶ୍ୱବିଦ୍ୟାଳୟ ପ୍ରମାଣପତ୍ର ମୁଖ୍ୟ ସଚିବ ଉଦ୍‌ଘାଟନ କଲେ ଅନ୍‌ଲାଇନ ପୋର୍ଟାଲ

Team Odian News |

ଅନ୍‌ଲାଇନରେ ମିଳିବ ବୋର୍ଡ, ବିଶ୍ୱବିଦ୍ୟାଳୟ ପ୍ରମାଣପତ୍ର
ମୁଖ୍ୟ ସଚିବ ଉଦ୍‌ଘାଟନ କଲେ ଅନ୍‌ଲାଇନ ପୋର୍ଟାଲ

ଭୁବନେଶ୍ୱର,,୧୬/୯(ଓଡ଼ିଆନ୍ ନ୍ୟୁଜ୍)  :ବିଶ୍ୱବିଦ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ବୋର୍ଡ ଓ ବିଶ୍ୱବିଦ୍ୟାଳୟର ପ୍ରମାଣପତ୍ର ଅନ୍‌ଲାଇନ ଯୋଗେ ମିଳିବ। ନିଜ ଘର କମ୍ପ୍ୟୁଟରରୁ ବା ସବୁଆଡ଼େ ଖୋଲିଥିବା କମନ୍‌ ସର୍ଭିସ୍‌ ସେଣ୍ଟରରୁ ସେହି ପ୍ରମାଣପତ୍ରଗୁଡ଼ିକ ପାଇବା ପାଇଁ ଆବେଦନ କରିପାରିବେ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ଧରଣର ୮ଟି ସେବାକୁ ଅନ୍‌ଲାଇନ ପୋର୍ଟାଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତିି। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନରେ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ୍‌ ଉପଲବ୍ଧ ବ୍ୟବସ୍ଥା ସମ୍ଭବପର ହୋଇପାରିଛି।

ଏ ନେଇ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଲେ, ଏହି ସାର୍ଟିଫିକେଟ୍‌ ପାଇବା ପାଇଁ ଛାତ୍ରଛାତ୍ରୀମାନେ ପ୍ରଥମେ ‘କ୍ଷକ୍ଟଳଗ୍ଦରଭବ.କ୍ଟୟସଗ୍ଦଷବ.ସଦ୍ଭ’ ପୋର୍ଟାଲ୍‌କୁ ଯାଇ ନିଜର ୟୁଜର ଆଇଡି ଓ ପାସ୍‌ଓ୍ଵାର୍ଡ ସୃଷ୍ଟି କରିବେ। ଲଗ୍‌ଇନ୍‌ ହେବା ପରେ ସେମାନେ ନିର୍ଦିଷ୍ଟ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିପାରିବେ। ସାର୍ଟିଫିକେଟ୍‌କୁ ମଞ୍ଜୁରି ଅଧିକାରୀ ଅନୁମୋଦନ ଦେବା ସଙ୍ଗେ ସଙ୍ଗେ ଆବେଦନକାରୀଙ୍କୁ ଏକ ସ୍ୱୟଂକ୍ରିୟ ଏସ୍‌ଏମ୍‌ଏସ୍‌ ସୂଚନା ମୋବାଇଲ୍‌ ଫୋନ ଯୋଗେ ମିଳିବ। ଏହି ସୂଚନା ମିଳିଲେ, ଆବେଦନକାରୀ ନିଜର ସାର୍ଟିଫିକେଟ୍‌ ଅନ୍‌ଲାଇନରେ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ।