ଓଡିଆନ୍ ନ୍ୟୁଜ

213

ନୀତିନଙ୍କୁ ଭେଟିଲେ ନବୀନ:

Team Odian News |

ନୀତିନଙ୍କୁ ଭେଟିଲେ ନବୀନ: 
୩୦ଟି ରାଜ୍ୟ ରାଜପଥକୁ ଏନଏଚ୍ ମାନ୍ୟତା ଦାବି, ଖଣ୍ଡଗିରି ଓ ଗୋହିରାରେ ନିର୍ମାଣ ହେବ ଫ୍ଲାଏ ଓଭର 
ନୂଆଦିଲ୍ଲୀ,୨୭/୯(ଓଡ଼ିଆନ୍ ନ୍ୟୁଜ୍): ଛଅ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀର ପରିବହନ ଭବନରେ ପହଞ୍ଚିଛନ୍ତି। ସେଠାରେ ସେ କେନ୍ଦ୍ର ଭୂପୃଷ୍ଠ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ପରିବହନ କ୍ଷେତ୍ରରେ ଉନ୍ନତି ଆଣିବା ଓ ବିଭିନ୍ନ ପ୍ରକଳ୍ପ ଉପରେ ସେ ଶ୍ରୀ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ରାଜ୍ୟପଥର ଅସମ୍ପୂର୍ଣ୍ଣ ରାସ୍ତା କାର୍ୟ୍ୟକୁ ସମ୍ପୂର୍ଣ୍ଣ କରିବା ଓ ନୂତନ ପ୍ରକଳ୍ପ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଯେମିତି କି, ରାଜ୍ୟରେ ଅସମ୍ପୂର୍ଣ୍ଣ ଜାତୀୟ ରାଜପଥ ବା ଏନଏଚ୍ କାମ ଗୁଡିକର କାମ ଖୁବ ଶୀଘ୍ର କରାଯିବ । ବ୍ରିଜ, ରାସ୍ତା ବା ଅନ୍ୟାନ୍ୟ ସରକାରୀଙ୍କ ଚେଣ୍ଡର ପ୍ରକ୍ରିୟାରୁ ତ୍ୱରାନ୍ୱିତ କରାଯିବ। ଏଥିସହ ଭୁବନେଶ୍ୱରର ଖଣ୍ଡଗିରି ଜାତୀୟ ରାଜପଥ ୧୬ ଏବଂ ଖୋର୍ଦ୍ଧା ଗହିରା ଛକ ଠାରେ ଖୁବଶୀଘ୍ର ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ଏନଏଚ-୪୨ କଟକ- ଅନୁଗୁଳ ୪ ଥାକିଆ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତିତ ୨୦୧୫-୧୬ ଏବଂ ୨୦୧୬-୧୭ରେ ନିର୍ମାଣ ହୋଇଥିବା ୧୨ଟି ରାଜ୍ୟ ରାଜପଥର ଉନ୍ନତିକରଣ କରାଯିବ। ୨୦୧୬ ବର୍ଷରେ ଦିଆଯାଇଥିବା ୩୦ଟି ଜିଲ୍ଲାର ରାଜ୍ୟ ରାଜପଥକୁ ଜାତୀୟ ରାଜପଥ କରିବାକୁ ଦାବି ହୋଇଛି। ସୂଚନାଯୋଗ୍ୟ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ବିମାନ ଅଭିମୁଖେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ୬ ଦିନରେ ନବୀନ କେନ୍ଦ୍ର ସରକାରଙ୍କର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। କେନ୍ଦ୍ର ସରକାରଙ୍କ ସହିତ ହେବାକୁ ଆଲୋଚନାରେ ସେ ଓଡିଶାର ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀଙ୍କ ସହ ଧଉରାଇବେ । ଆସନ୍ତା ୧ ତାରିଖରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ରହିଛି ।