ଓଡିଆନ୍ ନ୍ୟୁଜ

141

ଗାଁରେ ଗଛ ବଢିଲେ ସହର ଶୀତଳ ହେବ

Team Odian News |

ଗାଁରେ ଗଛ ବଢିଲେ ସହର ଶୀତଳ ହେବ
ରାଜକନିକା,୨୬/୯(ଓଡ଼ିଆନ୍ ନ୍ୟୁଜ୍) : ରାଜକନିକା ବ୍ଲକ ସ୍ଥିତ ତେନ୍ତୁଳିକୋଳି ଗ୍ରାମର ରାମନାରାୟଣ ଚାରିଟେବୁଲ୍ ଟ୍ରଷ୍ଟ ସ୍ୱୟଂସିଦ୍ଧ ତରଫରୁ ରାଜକନିକା ବ୍ଲକର କୋଇଲିପୁର ଗ୍ରାମପଂଚାୟତର ଘରଭଂଜା କୋହ୍ଲା ଠାରୁ ଗଜରାଜପୁର ଛକ ଯାଏ ଏବଂ କାଟଣା ବଣିଆ ଗ୍ରାମ ପଂଚାୟତର କାଟଣା ବଜାର ଠାରୁ କାଟଣା କଲେଜ ରାସ୍ତା ପର୍ଯ୍ୟନ୍ତ ସ୍ୱୟଂସିଦ୍ଧ ବଗିଚାର ଶୁଭ ଉଦଘାଟନ ହୋଇଯାଇଛି । ଏହି ସ୍ୱୟଂସିଦ୍ଧ ବଗିଚାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାର ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି, ଅଭିନେତ୍ରୀ ଗୁନ୍ଗୁନ୍, ଅଭିନେତା ଅନ୍ତର୍ଯ୍ୟାମି ପଣ୍ଡା(ପୁଂଟୁ ନନା), କଣ୍ଠଶିଳ୍ପୀ ବିଭୁ ଦାଶ ପ୍ରମୁଖ ଅତିଥିଭାବେ ଘରଭଞ୍ଜାକୋହ୍ଲା ସ୍ଥିତ ନରେନ୍ଦ୍ର ଗୁଞ୍ଜରୀ ଉଚ୍ଚ ବିଦ୍ୟାଳୟ ଓ ତାରାମଣୀ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ କାଟଣା ପରିସରରେ ଦୁଇଟି ପଥପ୍ରାନ୍ତ ସଭାରେ ଯୋଗଦେଇ ଗାଁରେ ଗଛ ବଢିଲେ ସହର ଶୀତଳ ହେବବୋଲି ମତବବ୍ୟକ୍ତ କରିବା ସହିତ ବିଶ୍ୱରେ ତାପମାତ୍ରା ବୃଦ୍ଧି ଯୋଗୁ ବ୍ୟାପକ ବୃକ୍ଷରୋପଣ ପାଇଁ ଆହ୍ୱାନ ଦେଇଥିଲେ । ଏଥିସହିତ ଗଛ ଲଗାଇ ତାର ପ୍ରକୃତ ଯତ୍ନନେବାକୁ ପରାମର୍ଶ ଦେଇଥିଲେ । ପୁଂଟୁ ନନା କଦଳୀଗଛ ଓ ଗଡ଼ିଆ ଗଛ ଉପରେ ଏକ ବ୍ୟଙ୍ଗ କାହାଣୀ ଶୁଣାଇଥିଲେ । ଗୁନ୍ଗୁନ୍ ନିଜକୁ ଗଛ ସହିତ ତୁଳନା କରି ସଠିକ୍ ଯତ୍ନନେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଟ୍ରଷ୍ଟର ମୁଖ୍ୟ ଶରତ କୁମାର ନାୟକ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସୁଧା ପତ୍ରିକାର ସଂପାଦକ ହରେକୃଷ୍ଣ ବାରିକ୍,ସହଯୋଗ କରିଥିଲେ  ।