ଓଡିଆନ୍ ନ୍ୟୁଜ

135

ଆଜି ମହାସପ୍ତମୀ, ମଣ୍ଡପରେ ଭକ୍ତଙ୍କ ଭିଡ଼

Team Odian News |

ଆଜି ମହାସପ୍ତମୀ, ମଣ୍ଡପରେ  ଭକ୍ତଙ୍କ ଭିଡ଼  
କଟକ,୨୭/୯(ଓଡ଼ିଆନ୍ ନ୍ୟୁଜ୍): ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଜଗଜ୍ଜନନୀ । ଆଜି ପୂଜାମଣ୍ଡପରେ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି ମା’ ଜଗଧାତ୍ରୀ । ମା’ଙ୍କର ଚକ୍ଷୁଦାନ ନୀତି ଆଜି ଅନୁଷ୍ଠିତ ହେବ । ଗତକାଲି ବିଲ୍ୱବରଣ ପରେ ମା’ଙ୍କ ଆବାହନ ଶେଷ ହୋଇଛି  । ଧରାପୃଷ୍ଠରେ ବିଜେ କରିଛନ୍ତି ମା’ ଦଶଭୂଜା । ଆଜି ମହାସପ୍ତମୀ ତିଥିରେ ମା’ଙ୍କ ବିଭିନ୍ନ ନୀତିକାନ୍ତିମାନ ଆୟୋଜନ ହୋଇ ଚକ୍ଷୁଦାନ କରାଯିବ । ମା’ଙ୍କର ଘଟଦାନ ପରେ ଚକ୍ଷୁଦାନ ନୀତି ଅନୁଷ୍ଠିତ ହେବ । ମା’ଙ୍କ ଆଗମନରେ ଚଳଚଞ୍ଚଳ ହୋଇପଡିଛି ଏ ପୃଥିବୀ । ଆଜି ସକାଳୁ ମା’ଙ୍କ ଆଶିଷ ନେବାକୁ ବିଭିନ୍ନ ମଣ୍ଡପମାନଙ୍କରେ ଭକ୍ତମାନେ ଭିଡ ଜମାଇଛନ୍ତି । ଚକ୍ଷୁଦାନ ନହୋଇଥିଲେ ମଧ୍ୟ ଭକ୍ତମାନେ ଆସି ମା’ଙ୍କୁ ଦର୍ଶନ କରି ଯାଉଛନ୍ତି ।