ଓଡିଆନ୍ ନ୍ୟୁଜ

133

କରଣ ଜୋହରଙ୍କ ‘ତାକତ’ରେ ଅଭିନୟ କରିବେ ଜାହ୍ନବୀ

Team Odian News |

(ଓଡ଼ିଆନ ନ୍ୟୁଜ): କାପୁର ତନୟା  ଜାହ୍ନବୀ କପୁର  ‘ଧଡକ’ ଚଳଚ୍ଚିତ୍ରରେ ଡେବ୍ୟୁ କରି ଅନେକ  ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଚଳଚ୍ଚିତ୍ରରେ ପାର୍ଥବୀ ଭୂମିକାରେ ନଜର ଆସିଥିଲେ  ଜାହ୍ନବୀ। ଏବେ ତାଙ୍କୁ ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହରଙ୍କ  ‘ତାକତ’ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଜାହ୍ନବୀଙ୍କୁ ଅଫର ମିଳିଛି ।  ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଧଡକ’ କରଣ ଜୋହାରଙ୍କ ଧର୍ମା ପ୍ରଡକ୍‌ସନରେ ମଧ୍ୟ  ମୁକ୍ତିଲାଭ କରିଥିଲା। ଏବେ ଜାହ୍ନବୀ କରଣଙ୍କ ସହ ଆଉ ଏକ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିବାରୁ ବେଶ  ଖୁସି ଥିବାବେଳେ  ଏ ସଂପର୍କରେ ସେ କହନ୍ତି କି  କରଣଙ୍କ ସହ କାମ କରିବା ଏକ ଭାଗ୍ୟର କଥା।  ମୁଁ ନିଜକୁ ବିଶ୍ୱାସ କରାଇବା ପାଇଁ ନିଜେ ନିଜେ ହାତକୁ ଚିମୁଡ଼ି  ଦେଲି ଯେ ବାସ୍ତବରେ ମୁଁ ତାଙ୍କ ସହ କାମ କରିବାକୁ ଯାଉଛି।‘ଧଡକ’ ଚଳଚ୍ଚିତ୍ରରେ ସେ ଅଭିନେତା ଇସାନ କଟ୍ଟରଙ୍କ ସହ ନଜର ଆସିଥିଲେ। ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଥିଲେ ଶଶାଙ୍କ ଖଇତାନ। ଚଳଚ୍ଚିତ୍ରଟି ମରାଠୀ ଫିଲ୍ମ ସାଇରଟର ଡବିଂ।