ଓଡିଆନ୍ ନ୍ୟୁଜ

152

ରାଜ୍ୟରେ ନିଷ୍କ୍ରିୟ ହେଉଛି ମୌସୁମୀ,୪ ଜିଲ୍ଲାରେ କମ ବର୍ଷା

Team Odian News |

ରାଜ୍ୟରେ ନିଷ୍କ୍ରିୟ ହେଉଛି ମୌସୁମୀ,୪ ଜିଲ୍ଲାରେ କମ ବର୍ଷା ଭୁବନେଶ୍ୱର,୧/୧୦(ଓଡ଼ିଆନ୍ ନ୍ୟୁଜ୍): ରାଜ୍ୟରୁ ମୌସୁମୀ ଧୀରେ ଧୀରେ ବିଦାୟ ନେବାକୁ ଆରମ୍ଭ କରିଛି । ପାଣିପାଗ ବିଭାଗର ଆକଳନ କହୁଛି, ଓଡ଼ିଶାରେ ଏବେ ମୌସୁମୀ ନିଷ୍କ୍ରିୟ ହୋଇଯାଇଛି। ସମଗ୍ର ରାଜ୍ୟରେ ସ୍ୱାଭାବିକ ଠାରୁ ହାରାହାରି ୧୩% ଅଧିକ ବର୍ଷା ହୋଇଛି। ହେଲେ, ବଲାଙ୍ଗୀର, ସୁନ୍ଦରଗଡ ସ୍ଥିତି କିନ୍ତୁ ବେହାଲ। ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ଲୋଇସିଂହା, ବେଲପଡା ଏବଂ ସୁନ୍ଦରଗଡର ଟାଙ୍ଗରପାଲିରେ ଏବର୍ଷ ଅନାବୃଷ୍ଟି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ୪ଟି ବ୍ଲକରେ ହାରାହାରି ୪୦ରୁ ୫୦% କମ୍ ବର୍ଷା ରେକର୍ଡ ହୋଇଛି। ଆଉ ୧୧ଟି ଜିଲ୍ଲାର ପାଖାପାଖି ୨୭ଟି ବ୍ଲକ ସ୍ଥିତି ବି ଗମ୍ଭୀର। ଏସବୁ ଅଞ୍ଚଳରେ ୨୦ରୁ ୪୦% କମ୍ ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଓଡ଼ିଶାରେ ଅକ୍ଟୋବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଆରବ ସାଗରରେ ଏକ ଘୂର୍ଣ୍ଣିଝଡ ସୃଷ୍ଟି ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ଏହା ବାତ୍ୟା ରୂପ ନେଇପାରେ ଓ ଅକ୍ଟୋବର ୯ ରୁ ୧୧ ତାରିଖ ମଧ୍ୟରେ ଏହା ଗୁଜୁରାଟ ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଧିକ। ପାଣିପାଗ ବିଭାଗ କହିବାନୁସାରେ,ଜୁନରୁ ସେପ୍ଟେମ୍ବର ୪ମାସ ମଧ୍ୟରେ ରାଜ୍ୟରେ ହାରାହାରି ୧୨.୯% ବର୍ଷା ଅଧିକ ରେକର୍ଡ ହୋଇଛି।