ଓଡିଆନ୍ ନ୍ୟୁଜ

162

ତେଲ ଦର ବୃଦ୍ଧି ବିରୋଧରେ ରାଜଭବନ ସମ୍ମୁଖରେ ବିଜେଡି ଧାରଣା

Team Odian News |

ତେଲ ଦର ବୃଦ୍ଧି ବିରୋଧରେ ରାଜଭବନ ସମ୍ମୁଖରେ ବିଜେଡି ଧାରଣା ଭୁବନେଶ୍ୱର,୧/୧୦(ଓଡ଼ିଆନ୍ ନ୍ୟୁଜ୍): ବଢୁଥିବା ତେଲ ଦରକୁ ନେଇ ଆଜି ପୁଣି ରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । ବିଜେଡି କର୍ମୀମାନେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଥିରେ ବିଜେଡିର ଛାତ୍ର, ଯୁବ ଓ ମହିଳା କର୍ମୀ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ୨୦୧୪ ପରେ ପେଟ୍ରୋଲ ଉପରେ ଏକସାଇଜ୍ ଡ୍ୟୁଟି ୧୧୧ ପ୍ରତିଶତ ବୃଦ୍ଧି କରିଥିବା ଅଭିଯୋଗ ଆଣିଛି ବିଜେଡି । ତେଣୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି କମାଇବା ଦାବିରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି । ଚଳିତ ବର୍ଷ କେନ୍ଦ୍ର ସରକାର ୧୪ ଥର ପେଟ୍ରୋଲ ଓ ଡିଜେଲ୍ ଦର ବଢାଇଥିବା ଅଭିଯୋଗ କରିଛି ବିଜେଡି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଡିଜେଲ ମହଙ୍ଗା ହେଉଥିବା କେନ୍ଦ୍ର ସରକାର ଓଲଟା ଯୁକ୍ତି ବାଢୁଥିବା ବିଜେଡି ଅଭିଯୋଗ କରିଛି ।