ଓଡିଆନ୍ ନ୍ୟୁଜ

184

ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର

Team Odian News |

ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର

ଭୁବନେଶ୍ୱର,୧/୧୦(ଓଡ଼ିଆନ୍ ନ୍ୟୁଜ୍): କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସେମାବାର ଦିନ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷ୍ଣଚନ୍ଦ୍ର ସଗରିଆ ସୂଚନା ଦେଇଛନ୍ତି । ଦଳ ଭିତରେ ଓ ବାହାରେ ଦଳିତଙ୍କ ସ୍ବରକୁ ଉଠାଇଛି । ଦଳ ଛାଡିବା ନେଇ ନିଷ୍ପତ୍ତି ନେଇ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସଗରିଆ କହିଛନ୍ତି । ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ହାଇକମାଣ୍ଡଙ୍କୁ ଫେରାଦ ହେବା ପରେ ଶ୍ରୀ ସଗରିଆ ପିସିସି ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତ ହୋଇଥିଲେ । କିନ୍ତୁ ଏହି ପଦବୀକୁ ନେଇ ସେ ଖୁସି ନଥିଲେ । ଜାତୀୟସ୍ତରର ଏସସି ସେଲରେ ପଦବୀ ପାଇଁ ଆଶା କରୁଥିଲେ ବୋଲି ଇସ୍ତଫା ଦେବା ପରେ ତାହା ସ୍ପଷ୍ଟ ହୋଇଛି ।