ଓଡିଆନ୍ ନ୍ୟୁଜ

178

ମହାତ୍ମା ଗାନ୍ଧୀଙ୍କ ସହ ପୂଜା ପାଇଲେ ରଘୁ ମାଳି ।

Team Odian News |

ମହାତ୍ମା ଗାନ୍ଧୀଙ୍କ ସହ ପୂଜା ପାଇଲେ ରଘୁ ମାଳି  । 
ରାଜକନିକା,୨ା୧୦,(ଓଡ଼ିଆନ୍ ନ୍ୟୁଜ୍): ଆଜି ସାରା ରାଜ୍ୟରେ ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ  । ଜାତିରପିତା ମହାତ୍ମାଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଛି  । ହେଲେ କେନ୍ଦ୍ରାପଡ଼ା ଜିଲା ଜାଗୁଳାଇପଡ଼ାରେ ରହିଥିବା ଗାନ୍ଧୀ ଏବଂ ଗାନ୍ଧୀ ସେବକ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ନିହାରା ଢ଼ଙ୍ଗରେ ଗାନ୍ଧୀରଘୁ ସ୍ମୃତି କମିଟି, ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିଛନ୍ତି  । ଗାନ୍ଧୀ ଓ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଅତିଥିମାନେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମକୁ ଛାତ୍ର ଛାତ୍ରୀମାନେ ଗାନକରି ଗ୍ରାମପରିକ୍ରମା କରିଥିଲେ । ଏହା ସହିତ ଧୂପ, ଦୀପ ଏବଂ ଚନ୍ଦନ ଦେଇ ଦୁଇ ମହାନ ପୁରୁଷଙ୍କୁ ସ୍ମରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  ।  ଜାଏମାଳବ ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସାହୁ,ଶିକ୍ଷୟତ୍ରୀ ସ୍ନିଗ୍ଧାମୟୀ ନାୟକ, ସେଫାଳୀ କୁମାରୀ ନାୟକ, ସରସ୍ୱତୀ ସାମଲ, ମମତା ଦାସ ଏବଂ ସିଆରସିସି ନିର୍ମଳ ସାହୁ  ଯୋଗଦେଇ ଗାନ୍ଧୀ ଏବଂ ରଘୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ୍‍ କରିଥିଲେ । ଗାନ୍ଧୀ-ରଘୁ ସ୍ମୃତି କମିଟୀର ସଂପାଦକ ଶୁଭ୍ରାଂଶୁ ଭୂଷଣ ସୂତାର  ଗାନ୍ଧୀ ଓ ରଘୁଙ୍କ ସଂପର୍କ ସହିତ ଗାନ୍ଧୀହତ୍ୟାର ଏକମାତ୍ର ସାକ୍ଷୀ ରଘୁଙ୍କ ସ୍ମୃତିପୀଠ ଅବହେଳିତ ହୋଇପଡ଼ିଥିବା ନେଇ ଉଦ୍‍ବେଗ ପ୍ରକାଶ କରିଥିଲେ । ଏ ଦିଗରେ ରାଜ୍ୟ ସରକାର ଭୁଲିଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏହା ସହିତ ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ନିଶା ନିବାରଣ, ଗାନ୍ଧୀ ବିଚାର ଧାରାକୁ ପ୍ରଚାର ପ୍ରସାର ସହିତ ଜାଗୁଳାଇପଡ଼ାରୁ ଜୟନଗର ପଦଯାତ୍ରା ଏବଂ ପୁସ୍ତକ ପ୍ରକାଶନ ଆଦି କାର୍ଯ୍ୟକ୍ରମ ବର୍ଷକ ସାରା ଆରମ୍ଭ କରାଯିବା ନେଇ ସୂଚନା ଦେଇଥିଲେ  ।