ଓଡିଆନ୍ ନ୍ୟୁଜ

136

ରିଲିଆନ୍ସ ଲଞ୍ଚ କରିବ ୪କେ.ଜି ଏଲପିଜ୍ ସିଲିଣ୍ଡର

Team Odian News |

ରିଲିଆନ୍ସ ଲଞ୍ଚ କରିବ ୪କେ.ଜି ଏଲପିଜ୍ ସିଲିଣ୍ଡର
ନୂଆଦିଲ୍ଲୀ,୨୭/୯(ଓଡ଼ିଆନ୍ ନ୍ୟୁଜ୍): ରିଲିଆନ୍ସ ଇଣ୍ଡଷ୍ଟ୍ରି (ବିଏସ୍ଇ ୩.୧୧%), ବିଶ୍ୱର ସର୍ବବୃହତ ତୈଳ ବିଷୋଧନ କେନ୍ଦ୍ର ଭାବେ ସାରା ବିଶ୍ୱରେ ପରିଚିତ । ଏବେ ଏହି କମ୍ପାନୀ ପକ୍ଷରୁ ରନ୍ଧନ ଗ୍ୟାସ ଖୁଚୁରାରେ ବିକ୍ରି କରାଯିବାର ସ୍ଥିରକାରାଯାଇଛି । ପାଇଲଟ ଯୋଜନା ଆଧାରରେ କମ୍ପାନୀ ତରଫରୁ ୪କେଜି ଏଲପିଜି ସିଲିଣ୍ଡର ଲଞ୍ଚକରାଯିବାର  । ଏହି ଚାରି କେଜି ଏଲପିଜି ସିଲିଣ୍ଡର ପ୍ରଥମ ପର୍ଯ୍ୟାୟରେ ପାଇଲଟ ଆଧାର ଦ୍ୱାରା ୪ଟି ଜିଲ୍ଲାରେ ଲଞ୍ଚକରାଯିବ । ରିଲିଆନ୍ସ ଇଣ୍ଡଷ୍ଟ୍ରି ତରଫରୁ କରାଯାଇଥିବା ସେକେଣ୍ଡ କ୍ୱାଟର ଇଅରନିଙ୍ଗସ କାର୍ଯ୍ୟକ୍ରମରେ ଏହା ଦର୍ଶାଯାଇଥିଲା । ଏହାସହ ଏହି କାର୍ଯ୍ୟକ୍ରମରେ ଦର୍ଶଯାଇଥିଲା ଯେ ଏଲପିଜି ଗ୍ୟାସ ବ୍ୟବହାର ୧୦ ପ୍ରତିଶତ ବଢିଥିବା ବେଳେ ଘରୋଇ ବିଷୋଧନ କେନ୍ଦ୍ର ରିଲିଆନ୍ସ ଇଣ୍ଡଷ୍ଟ୍ରି ଓ ଏସ୍ସାର ଅୟଲବିଏସି-୦.୧୫% ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଚାହିୁଁଛନ୍ତି । ବର୍ତ୍ତମାନ ସର୍ବସାଧାରଣ ଖୁଚୁରାବଜାରରେ ଇଣ୍ଡିଆନ ଅୟଲ୍ବିଏସଇ ୦.୪୦%, ଭାରତ ପେଟ୍ରୋଲିୟମବିଏସଇ-୦.୯୦% ବର୍ତ୍ତମାନ ଏଲପିଜର ଖୁଚୁରା ବଜାର ନିୟନ୍ତ୍ରୀତ କରୁଛନ୍ତି । ଯେଉଁଥିରେ ୫କେଜି,୧୪.୨କେଜି ଓ ୧୯କେଜିର ଗ୍ୟାସ ସିଲ୍ଣ୍ଡରରେ ରୋଷେଇ ଗ୍ୟାସ ଆସୁଛି । ବର୍ଷକୁ ୧୨ଟି ୧୪.୨ କେଜି ଓ ୩୪ ବଟଲ ୫କେଜି ସିଲିଣ୍ଡର ଘରୋଇ ଲୋକଙ୍କ ସବସିଡ଼୍ରେ ଯୋଗାଇ ଦିଆଯାଉଛି । ହେଲେ ୧୯କେଜି ସିଲିଣ୍ଡର ବାଣିଜ୍ୟ କ୍ଷେତ୍ରମାନଙ୍କରେ ବ୍ୟବହାର ହେଉଛି । ହେଲେ ଘରୋଇ କମ୍ପାନୀଗୁଡ଼ିକୁ ସରକାରୀ ସବସିଡ଼ ମିଳିବାର ନାହିଁ , ତେଣୁ ସେମାନଙ୍କୁ ବଜାରଦରରେ ଗ୍ୟାସ ଯୋଗାଇ ଦିଆଯାଉଛି । ହେଲେ ବର୍ତ୍ତମାନ ସରକାରଙ୍କ ତରଫରୁ କରାଯାଇଥିବା ସବସିଡ଼ି ନୀତି ଦ୍ୱାରା ଉପଭୋକ୍ତଙ୍କା ସବସିଡ କମାଇବା  ସହ  ଯେଉଁ ଉପଭୁକ୍ତା ପ୍ରତିବର୍ଷ ୧୦ଲକ୍ଷ୍ୟରୁ ଅଧିକ ରୋଜଗାର କରୁଥିବ ସେମାନଙ୍କ ସବସିଡ଼ି ସୁବିଧା ମିଳିପାରିବ ନାହିଁ ବୋଲି କୁହାଯାଇଛି । ସରକାର  ଘରୋଇ ତେଲ କମ୍ପାନୀମାନଙ୍କୁ ନେଇ ଏହିଭଳି ବଜାର ନୀତି ତିଆରି କରିଛନ୍ତି  । ଏହାସହ ଆରଆଇଏଲ ପକ୍ଷରୁ କୁହାଯାଇଛି ଯେ ଗ୍ରାହକମାନଙ୍କ ଅଭିଜ୍ଞତା ବଢାଇବା ପାଇଁ ଏକ ମୋବାଇଲ ଆପ୍ ମଧ୍ୟ ଆରମ୍ଭ ହେବ । ଗୁଜୁରାଟର ଜାମନଗରରେ ରହିଥିବା ଦୁଇଟି ପିଷୋଧାନାଗାରରୁ ଉପ୍ତାଦିତ ହେଉଥିବା ଏଲପିଜ୍ ସବସାଧାରଣ ଖୁଚୁରା ବଜାରରେ ଅଧିକମାତ୍ରାରେ ବିକ୍ରି କରାଯାଇଥାଏ । ଆରଆଇଏଲ ବର୍ତ୍ତମାନ ସୁଦ୍ଧା ୪କେଜି ଗ୍ୟାସ ସିଲିଣ୍ଡରର ମଊଲ୍ୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । ଅନ୍ୟପକ୍ଷରେ ବର୍ତ୍ତମାନ ବଜାରରେ ମିଳୁଥିବା ସିଲିଣ୍ଡରଗୁଡ଼ିକର ଦର ଏପରି ରହିଛି । ଦିଲ୍ଲୀରେ ୫କେଜି ସବସିଡ଼୍ ଘରୋଇ ଏଲପିଜ ଗ୍ୟାସ ସିଲିଣ୍ଡର ଦାମ୧୫୮.୫୦ ଟଙ୍କଡ୍ରହିଥିବା ବେଳେ ଘରମାନଙ୍କରେ ବ୍ୟବହାରରେ ହେଉଥିବା  ସିଲିଣ୍ଡର ଦାମ ୧୮୧ ଟଙ୍କା ଓ ଅନ୍ୟକାମରେ ବ୍ୟବହୃତ ହେଉଥିବା ସିଲିଣ୍ଡରର ଦାମ ୨୫୨.୫୦ଟଙ୍କା ରହିଥାଏ । ସେହିଭଳି ଦିଲ୍ଲୀରେ ୧୪.୨ କେଜି ସବସିଡ଼୍ ସିଲିଣ୍ଡର ଦାମ୪ଡ୍ଟଙ୍କା ରହିଥିବା ବେଳେ ବିନା ସବସିଡ଼୍ରେ ଏହାର ଦାମ ୪୯୦ ଟଙ୍କା ରହୁଛି । ସେହିଭଳି ୧୯କେଜି ସିଲିଣ୍ଡର ଦାମ ୮୯୫ଟଙ୍କ ରହିଛି । ଚଳିତ ବର୍ଷ ନିୟମିତ ଏଲପିଜ ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟା ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୧୦.୮ପ୍ରତିଶତ ବଢିବା ସହ ଏହା ୧୦.୨ ମିଲିୟନରେ ପହଁଚିଛି । ଭାରତରେ ବ୍ୟବହୃତ ଗ୍ୟାସର ଅଧାଭାଗ  ବାହାରୁ ଆମଦାନୀ ହୋଇଥାଏ । ସରକାର ଗତବର୍ଷ ରିଲିଆନ୍ସ ଇଣ୍ଡଷ୍ଟ୍ରିକୁ ନିଜ ଅଧିନରେ ୧.୨ ଲକ୍ଷଟନ ଏଲପିଜ ରୋଷେଇ ଗ୍ୟାସ ବିକିବାକୁ ଅନୁମତି ଦେଇଥିଲେ । ଏଲପିଜି କଣ୍ଟ୍ରୋଲ ଅର୍ଡ଼ର ଅଧିକରୀଙ୍କ ଆଦେଶ ଅନୁଯାୟୀ ଆଞ୍ଚଳିକ ସ୍ତରରେ ଉପ୍ତାଦିତ ସମସ୍ତ ରୋଷେଇ ଗ୍ୟାସ ରାଜ୍ୟ ଇନ୍ଧନ ଖୁଚୁରା ସଂସ୍ଥାଦ୍ୱାରା ବିତରଣ ହେବ  । କାରଣ ଭାରତରେ ଏଲପିଜ ଗ୍ୟାସ ବହୁ କମ ରହିଛି । ଯେଉଁଥି ପାଇଁକି ଆବଶ୍ୟକତାର ଗୋଟିଏ ଭାଗ ବାହର ଦେଶରୁ ଆମଦାନୀ କରିବାକୁ ପଡ଼ୁଛି । ଏହାସହ ପାରାଲାଲ ମାକ୍ରେଟିଂ ସ୍କିମ୍ ଦ୍ୱାରା ଘରୋଇ କମ୍ପାନୀମାନଙ୍କୁ ଏଲପିଜ ଆମଦାନୀ ଓ ବିକ୍ରିର ଅନୁମତି ଦିଆଯାଇଛି ।  ଏହି କାର୍ଯ୍ୟକ୍ରମରେ ରିଲିଆନ୍ସ ଇଣ୍ଡଷ୍ଟ୍ରି ତରଫରୁ କୁହାଯାଇଛି ଯେ ବର୍ଷକୁ ବର୍ଷ ଏଲପିଜ ଗ୍ୟାସ ୧୦ପ୍ରତିଶତ ହାରରେ ବୃଦ୍ଧି ଘଟୁଛି । ଏହାସହ ନିଜର ବିମାନଇନ୍ଧନ ବ୍ୟବସାୟ ଉପରେ କୁହାଯାଇଛି ଯେ ଏଟିଫିଆଇ ୩୧ପ୍ରତିଶତ ହାରରେ ବୃଦ୍ଧି ପାଇବା ସହ ୨୫ଟି ଏୟାରପୋର୍ଟରୁ ୧୦ଟିରେ ଅଗ୍ରଣୀ ରହିଛି ।