ଓଡିଆନ୍ ନ୍ୟୁଜ

227

୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ସେବାୟତଙ୍କ ପରିବାର ଲୋକେ

Team Odian News |

୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ସେବାୟତଙ୍କ ପରିବାର ଲୋକେ

ପୁରୀ,୩/୧୦(ଓଡ଼ିଆନ୍ ନ୍ୟୁଜ୍): ଶ୍ରୀମନ୍ଦିର ୪ ଦ୍ୱାର ଦେଇ ସେବାୟତ ଓ ତାଙ୍କ ପରିବାରର ସଦସ୍ୟମାନେ ଭିତରକୁ ପ୍ରବେଶ କରିପାରିବେ ବୋଲି ଆଜି ବସିଥିବା  ଶାନ୍ତି କମିଟି ବୈଠକ ପରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ  ସୂଚନା ଦେଇଛନ୍ତି।  ସେ କହିଛନ୍ତି, ସେବାୟତଙ୍କ ପରିବାର ଲୋକେ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ୪ ଦ୍ୱାର ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରିପାରିବେ। ସେହିଭଳି ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ଅନ୍ୟ ୩ ଦ୍ୱାର ଦେଇ ଯାଇପାରିବେ। ଭୋଟର ଓ ଆଧାରକାର୍ଡ ଦେଖାଇ ସେମାନେ ଭିତରକୁ ପ୍ରବେଶ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ବନ୍ଦ ବେଳେ  ପ୍ରବଳ ହିଂସା ଦେଖା ଯାଇଥିବା ବେଳେ ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ଆନ୍ଦୋଳନକାରୀମାନେ  ପୁଲିସ ଉପରକୁ ପଥରମାଡ କରିବାକୁ ପଛାଇନଥିଲେ । ବନ୍ଦ ପାଇଁ  ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ  ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୋକମାନେ ଲୁଟ ମଧ୍ୟ କରିଥିଲେ। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା.କାରିବା  ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବା ପରେ ଅଧିକ ପୁଲିସ ମୁତୟନ କରାଯାଇଥିଲା। ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଡକାଯାଇଥିଲା। ଜିଲ୍ଲାପାଳ ଜ୍ୟୋତିପ୍ରକଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏସ୍‌ପି ଆଶିଷ ସିଂହ, ବରିଷ୍ଠ ସେବାୟତ, କମିଟି ସଦସ୍ୟ ଆଦି ଉପସ୍ଥିତ ଥିଲେ।