ଓଡିଆନ୍ ନ୍ୟୁଜ

176

୧୦ ଗ୍ରାମରେ ୫୫୫ ଟଙ୍କା ସୁନା ମୂଲ୍ୟ ବୃଦ୍ଧି

Team Odian News |

୧୦ ଗ୍ରାମରେ  ୫୫୫ ଟଙ୍କା ସୁନା ମୂଲ୍ୟ ବୃଦ୍ଧି


 ନୂଆଦିଲ୍ଲୀ ,୩/୧୦(ଓଡ଼ିଆନ୍ ନ୍ୟୁଜ୍): ଘରୋଇ ବଜାରରେ ଆଜି ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି। ବିଶ୍ୱ ବଜାର କାରବାରର ପ୍ରଭାବ ଘରୋଇ ବଜାର ଉପରେ ପ୍ରତିଫଳିତ ହେବା ଫଳରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୫୫୫ ଟଙ୍କା ବୃଦ୍ଧି ଘଟି ୩୨,୦୩୦ ଟଙ୍କା ହୋଇଛି। ସେହିପରି ରୁପା ମୂଲ୍ୟରେ କିଲୋ ପିଛା ୪୫୦ ଟଙ୍କା ବୃଦ୍ଧି ଘଟି ୩୯,୪୦୦ ଟଙ୍କାରେ ପହଞ୍ଚିଛି। ଫଳରେ ରୁପା ମୂଲ୍ୟ କିଲୋ ପିଛା ୩୯,୦୦୦ ଟଙ୍କା ସ୍ତର ଅତିକ୍ରମ କରିଛି। ସିଙ୍ଗାପୁରଠାରେ ସୁନା ମୂଲ୍ୟରେ ଆଉନ୍ସ ପିଛା ୦.୩୨% ବୃଦ୍ଧି ଘଟି ୧୨୦୭.୬୦ ଡଲାରରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ୯୯.୯% ଏବଂ ୯୯.୫% ଶୁଦ୍ଧତା ବିଶିଷ୍ଟ ସୁନା ପ୍ରତ୍ୟେକର ମୂଲ୍ୟରେ ୫୫୫ ଟଙ୍କା ବୃଦ୍ଧି ଘଟି ଯଥାକ୍ରମେ ୩୨,୦୩୦ ଟଙ୍କା ୩୧,୮୮୦ ଟଙ୍କାରେ ପହଞ୍ଚିଛି।