ଓଡିଆନ୍ ନ୍ୟୁଜ

173

ଶହେ କୋଟିରେ ‘ସୁଇ ଧାଗା’

Team Odian News |

ଶହେ କୋଟିରେ ‘ସୁଇ ଧାଗା’ 

ମୁମ୍ବାଇ,୪/୧୦(ଓଡ଼ିଆନ୍ ନ୍ୟୁଜ୍): ବଲିଉଡର ଯୁବା ଓ ସଫଳ ଷ୍ଟାରମାନଙ୍କ ମଧ୍ୟରୁ  ବରୁଣ ଧଓ୍ଵନ୍‌। ତାଙ୍କ ଅଭିନୀତ ଲାଟେଷ୍ଟ ଫିଲ୍ମ ‘ସୁଇ ଧାଗା’ ପ୍ରଥମ ସପ୍ତାହରେ ସାରା ବିଶ୍ୱରେ ଶହେ କୋଟି ଆୟ କରିଛି । ଭାରତରେ ଏହି ଫିଲ୍ମ ୨୦ କୋଟିରୁ ଅଧିକ କଲେକ୍‌ସନ୍‌ କରିଛି। ଅନ୍ୟପକ୍ଷରେ ଓଭରସିରିଜରେ ମଧ୍ୟ  ୨୦ କୋଟିରୁ ଅଧିକ କଲେକସନ୍‌ କରିଛି। ଫିଲ୍ମଟି ବିଭିନ୍ନ ଦିଗରୁ ବକ୍ସ ଅଫିସରେ ସୁପରହିଟ୍‌ ଘୋଷିତ ହୋଇଛି। ‘ଦମ  ଲଗାକେ ହୈସା’ ଫେମ୍‌ ନିର୍ଦ୍ଦେଶକ ଶରତ କଟୋରିୟା ‘ସୁଇ ଧାଗା’ର ନିର୍ଦ୍ଦଶେନା ଦେଇଥିବାବେଳେ  ଏଥିରେରେ ବରୁଣ ଧଓ୍ଵନ୍‌ ଓ  ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଛି। ଫିଲ୍ମରେ ସଫଳତା ସହିତ ସ୍ୱାଭିମାନ, ପ୍ରେମ ସମ୍ମାନ ସାଙ୍ଗକୁ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନର କାହାଣୀ ରହିଛି। ଖୁବ୍‌ କମ୍‌ ବଜେଟ୍‌ରେ ନିର୍ମିତ ‘ସୁଇ ଧାଗା’ର ପ୍ରଯୋଜନା କରିଛନ୍ତି ୟଶରାଜ୍‌ ଫିଲ୍ମସ୍‌।