ଓଡିଆନ୍ ନ୍ୟୁଜ

129

ସେୟାର ମାର୍କେଟରେ ପତନ

Team Odian News |

ସେୟାର ମାର୍କେଟରେ  ପତନ 

ନୂଆଦିଲ୍ଲୀ ,୪/୧୦(ଓଡ଼ିଆନ୍ ନ୍ୟୁଜ୍): ଆରବିଆଇର ନୂଆ ମୁଦ୍ରାନୀତି ଅନୁସାରେ ସୁଧହାର ଅପରିବର୍ତ୍ତି ରହିବା, ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ସହ ଭାରତରେ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଓ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିବାର ନକାରାତ୍ମକ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି। ଫଳରେ ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ଶୁକ୍ରବାର ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୭୯୨ ପଏଣ୍ଟ ହ୍ରାସ ପାଇ ୩୪,୩୭୬.୯୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଜ (ନିଫ୍ଟି) ୨୮୨.୮୦ ପଏଣ୍ଟ ହ୍ରାସ ପାଇ ୧୦,୩୧୬.୪୫ ପଏଣ୍ଟରେ ରହିଛି। ବିଏସଇର ୧୯ଟି କ୍ଷେତ୍ର ମଧ୍ୟରୁ କେବଳ ଦୂରଂସଚାର ଉଦ୍ୟୋଗ (୧.୧୧%), ପ୍ରଦ୍ୟୋଗିକ (୦.୭୦%), ଉପଭୋକ୍ତା ଦୀର୍ଘସ୍ଥାୟୀ ସାମଗ୍ରୀ (୦.୬୨%) ସେୟାର ମୂଲ୍ୟ ବୃଦ୍ଧି ଘଟିଥିଲା। ତେଲ ଏବଂ ଗ୍ୟାସ କ୍ଷେତ୍ରରେ (୧୨.୬୮%), ଶକ୍ତି କ୍ଷେତ୍ରରେ (୮.୫୨%), ଉପଭୋକ୍ତା ସେବା (୩.୫୮%), ଧାତୁ (୩.୪୫%) ଏବଂ ଅଟୋମୋବାଇଲ କ୍ଷେତ୍ରରେ (୩.୧୬%) ହ୍ରାସ ପରିଲକ୍ଷିତ ହୋଇଛି।