ଓଡିଆନ୍ ନ୍ୟୁଜ

110

ବିନାଟି କେଟରେ ପାରାର ବସ ଯାତ୍ରା ପାଇଁ କଣ୍ଡକ୍ଟରଙ୍କୁ ନୋଟିସ୍

Team Odian News |

ବିନାଟି କେଟରେ ପାରାର ବସ ଯାତ୍ରା ପାଇଁ କଣ୍ଡକ୍ଟରଙ୍କୁ ନୋଟିସ୍
ତାମିଲନାଡ଼ୁ,୨୭/୯(ଓଡ଼ିଆନ୍ ନ୍ୟୁଜ୍ ଟିମ୍): ପାରାସାଧାରଣତଃ ବିନାଟିକେଟରେ କୌଣସି ବ୍ୟକ୍ତି ବସ କି ଟ୍ରେନରେ ଯାତ୍ରାକଲେ ସେମାନଙ୍କୁ  ଜୋରିମାନା ଦେବାକୁ ପଡ଼ିଥାଏ  । ହେଲେ ତାମିଲ ନାଡ଼ୁରେ ଏପରି ଏକ ଘଟଣା ଘଟିଛି ଯାହାକୁ ଯାଣି ଆଶ୍ଚର୍ଯ୍ୟ ହେଇଯିବେ ନିଶ୍ଚୟ । ସରକାରୀ ବସରେ ପାରାଟିଏ ବିନା ଟିକେଟରେ ଯାତ୍ରାକରୁଥିବାରୁ କଣ୍ଡକ୍ଟରଙ୍କୁ ପ୍ରଶ୍ନ କରାଯିବା ସହ ନୋଟିସ୍ ଜାରି ହୋଇଛି । ତାମିଲନାଡ଼ୁ ଷ୍ଟେଟ ଟ୍ରାସଂପୋର୍ଟ ର୍କପୋରେସନ(ଟିଏନ୍ଏସ୍ଟିସି)ରେ କାର୍ଯ୍ୟରତ ଜଣେ କଣ୍ଡକ୍ଟରଙ୍କୁ ବିନା ଟିକେଟରେ କଣ ପାଇଁ ପାରାଟି ବସର ଝରକାରେ ବସି ଆସୁଥିଲା ତାହାର ଉତ୍ତର ଦେବା ପାଇଁ  ସଂସ୍ଥା ପକ୍ଷରୁ ନୋଟିସ୍ ଦିଆଯାଇଛି । ପାରାଟି ଜଣେ ନିଶାଗ୍ରସ୍ତ ଯାତ୍ରୀ ସହ ବସର ଝରକାରେ ବସି ଯାତ୍ରାକରୁଥିଲା  । ହରୁର ସହର ଓ ଏକ ଛୋଟିଆ ଆଦିବାସୀ ଗାଁଙ୍କୁ ଯୋଗାଯୋଗ କରୁଥିବା ଏକମାତ୍ର ସରକାରୀ ବସ୍ ଅଟେ  । ଏହି ବସଟି ଘଟଣା ଦିନ  ୮୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ପରିବହନ ବିଭାର କର୍ମଚାରୀ ଟିକେଟ ଜାଞ୍ଚ ପାଇଁ ବସଟିକୁ ଅଟକାଇଥିଲେ । ଜାଞ୍ଚ ସମୟରେ ବସଟି ହରବୁର ସହରଠାରୁ ଦୁରରେ ପହଁଚି ସାରିଥିଲା । ଏହି ସମୟରେ ନିଶାରେ ଥିବା ଲୋକ ଜଣକ ପାରାଟିକୁ ଧରି ତା ସହ କଥାବାର୍ତ୍ତା କରୁଥିବାର ପରିବହନ କର୍ମଚାରୀ ଦେଖି କଣ୍ଡକ୍ଟରକୁ ପାଖକୁ ଡ଼ାକି ପକ୍ଷୀଟି ପାଇଁ ଏକ ଟିକେଟ କାଟିଛକି ନାହିଁ ବୋଲି ପଚାରିଥିଲେ । ଏହାସହ ସେ କହିଥିଲେ ବସରେ ପଶୁ ଓ ପକ୍ଷୀଙ୍କ ପାଇଁ ଟିକେଟେ କରିବା ଆବଶ୍ୟକ । ହେଲେ କଣ୍ଡକ୍ଟର ଜଣକ କହିଥିଲେ ଗାଡ଼ି ଲୋଡ଼ ହେବା ସମୟରେ ପକ୍ଷୀଟି ବସରେ ନଥିଲା । ତଥାପି କଣ୍ଡକ୍ଟରଙ୍କୁ ନୋଟିସ ଜାରି ହୋଇଛି । ଏହାସହ କର୍ମଚାରୀ ଜଣଙ୍କ ପରିବହନ ବିଭାଗର ନିୟମ ଅନୁସାରେ ଯଦି ଜଣେ ବ୍ୟକ୍ତି ୩୦ଟି ବି ପାରା ନେଇକି ବସରେ ଯାଉଛି ତେବେ ସେ ଲୋକଠାରୁ ଏକଚତୁର୍ଥାଶଂ ପଇସା ନେବା କଥା ବୋଲି ସେ କହିଥିଲେ । ହେଲେ ଏହି ଘଟଣା ବିଷୟରେ ଟାଇମସ୍ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ପରିବହନ ନିୟମରେ ପାରାଙ୍କ ପରିବହନ ପାଇଁ ଯାତ୍ରୀଙ୍କୁ ପଇସା ଦେବା କଥା ଉଲେଖ ନାହିଁ । ଏହି ଘଟଣା ପରେ ବସର କଣ୍ଡକ୍ଟର ଜଣକ କହିଛନ୍ତି ଯେ ସରକାରୀ ବସଗୁଡ଼ିକୁ କ୍ରିୟୁ ଅପରେଟରଙ୍କ ଦ୍ୱାରା ପରିଚାଳନା କଲେ କୌଣସି ବି ପକ୍ଷୀ ବସରେ ଉଡ଼ି ପାରିବେ ନାହିଁ ।