ଓଡିଆନ୍ ନ୍ୟୁଜ

200

ଗାଈ କହେ ଯାତ୍ରାର ଗତି

Team Odian News |

  ଗାଈ କହେ ଯାତ୍ରାର ଗତି

(ଓଡ଼ିଆନ ନ୍ୟୁଜ): ହିନ୍ଦୁ ଧର୍ମରେ ଗାଈକୁ ବିଷ୍ଣୁ, ଲକ୍ଷ୍ମୀଙ୍କ ରୂପ ଭାବେ ମାନା ଯାଇ ପୂଜା କରାଯାଉଥିବା ବେଳେ , ଗାଈକୁ ଗୋ ମାତା କୁହାଯାଇ ମା’ର ସ୍ଥାନ ଦିଆଯାଇଛି । ଗାଈ ଆମର ଅନେକ ଉପକାର ମଧ୍ୟ ସାଧନ କରିଥାଏ ଦୈନଦୀନ ଜୀବନରେ । ଗାଈର କ୍ଷୀରଠୁ ଆରମ୍ଭ କରି ମଳ ପର୍ଯ୍ୟନ୍ତ ସବୁ ଆମ ଉପକାରରେ ଲାଗିଥାଏ । ତେବେ ବାସ୍ତୁରେ ବିଶ୍ୱାସ କରାଯାଏ ଯେ ପ୍ରତେକ ଘରେ ଗୋଟିଏ ନା ଗୋଟିଏ ଗାଈ ରଖିବା ଉଚିତ । ଗାଈ ଆମ ପିତୃପୁରୁଷଙ୍କର ପ୍ରତିକ  ହୋଇଥାଏ ବୋଲି ବାସ୍ତୁରେ ବିଶ୍ୱାସ କରାଯାଏ । ଘରେ ଗାଈ ଥିଲେ ନକରାତ୍ମକ ଶକ୍ତି ପ୍ରବେଶ କରିନଥିବାର ବିଶ୍ୱାସ କରାଯାଇଥାଏ । ଏଥର ମାନକି ନମାନରେ ଗାଈ ସହିତ ଜଡ଼ିତ କିଛି ବାସ୍ତୁ ବିଷୟରେ ଯାଣିବା...
 
• ପ୍ରତେକ ଦିନ ଗାଈକୁ କିଛି ଖାଦ୍ୟ ଦେଇ କିଛି ସମୟ ଆଉଁସିବା ଦ୍ୱାରା  ଶରୀରର ଅନେକ ରୋଗ ଭଲ ହୋଇଥାଏ । ଏହାସହ ଯଦି ଗାଈ ପାଖରେ ବା ଗୁହାଳରେ କିଛି ସମୟ ବିତାନ୍ତି ତେବେ ଶରୀର ଅନେକ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଗୋରୁ ମୃତ ପାଣିରେ ମିଶାଇ ଗାଧୋଇଲେ ଲୋମ କୋଷ ରୋଗ ଭଲ ହେବା ସହ ପାପ ଧୋଇ ହୋଇଥାଏ ବୋଲି କୁହାଯାଏ । 
• ଗାଈ ଗ୍ରହର ପ୍ରତିକ ହୋଇଥାଏ । କଳା ଗାଈ ଶନିଙ୍କ ପ୍ରତିକ, କସରା ଗାଈ ବୃହସ୍ପତିଙ୍କ ପ୍ରତିକ, ଧଳା ଗାଈ ଶୁକ୍ରଙ୍କର ପ୍ରତିକ, ଛଉ ବା ଚିତ୍ର ବିଚିତ୍ର ଗାଈ ରାହୁ କେତୁଙ୍କ ପ୍ରତିକ ହୋଇଥାଏ । ଏହି ସବୁ ଗ୍ରହ ପିଡ଼ାରୁ ମୁକ୍ତି ପାଇଁ ଏହି ସବୁ ଗାଈର ସେବା କରିପାରିବେ ।
• ଏହାସହ ଯାତ୍ରାସମୟରେ ଯଦି କୌଣସି ଗାଈ ଦର୍ଶନ କରି ଯାଆନ୍ତି ଓ ସେହି ଗାଈ ଆପଣଙ୍କୁ ଫେରିଚାହେଁ ବା ଉପରକୁ ମୁହଁ ଉଠେଇ ଚାହେଁ ତେବେ ଏହା ଆପଣଙ୍କ ସଫଳତାର ସଂକେତ ଦେଇଥାଏ । 
• ଗାଈ ବିକଟାଳ ବୋବାଇଲେ ପରିବାର ପ୍ରତି ବିପଦର ସଂକେତ ଦେଇଥାଏ । 
• ଗାଈ ବାଛୁରି ସହିତ ଠିଆ ହୋଇଥିବା, ଚରୁଥିବା ବା ବାଛୁରିକୁ କ୍ଷୀର ପିଆଉଥିବା ଅବସ୍ଥାରେ ଦେଖିଲେ ଏହା ଶୁଭ ସଂକେତ ଦେଇଥାଏ । ଆପଣ ଯେଉଁ କାର୍ଯ୍ୟରେ ଯାଉଥିବେ ତାହା ନିଶ୍ଚୟଭାବେ ସଫଳ ହୋଇଥାଏ । 
• ସେହିଭଳି ଗାଈ ଉପରେ କାଉ ବସିବା ବା ତାକୁ ଖୁମ୍ପିବା ଅଶୁଭ ସଂକେତ ଦେଇଥାଏ । ଏହା ଅସଫଳତା ବା କିଛି ବିପଦର ସଂକେତ ଦେଇଥାଏ ।
• ଯଦି ଆପଣ କୌଣସି ନୂଆ ଘର ତିଆରି କରୁଛନ୍ତି ସେଠାରେ ବାସ୍ତୁ ଦୋଷ ଦେଖାଯାଉଛି ବା ଆତ୍ମାର ପ୍ରଭା ରହିଥିବାର ବିଶ୍ୱାସ କରୁଛନ୍ତି  । ତେବେ ସେହି ଘରେ କିଛି ଦିନ ଗାଈ ବା ଛୋଟ ବାଛୁରି ବାନ୍ଧନ୍ତୁ ଦେଖିବେ ଏହି ସମସ୍ୟା ଦୁର ହୋଇଯିବ ।
• ଯଦି ଆପଣ କେଉଁ କାର୍ଯ୍ୟରେ ଯାତ୍ରା କରୁଛନ୍ତି ଏହି ସମୟରେ ଆପଣଙ୍କ ବାମ ପାଶ୍ୱର୍ରୁ ଗାଈ ବୋବେଇବାର ଶବ୍ଦ ଶୁଣନ୍ତି ଏହା ଶୁଭ ସଂକେତ ଦେଇଥାଏ ।
• ସେହିଭଳି ରାତିରେ ଗାଈ ବୋବାଇବା ଶୁଭେ ଏହା ଶୁଭ ହୋଇଥାଏ ବୋଲି ମାନାଯାଏ । ହେଲେ ଯଦି ରାତି ସମୟରେ କାନ୍ଦୁ ଥିବାର ଦେଖନ୍ତି ଏହା ଅଶୁଭ ସଂକେତ ଦେଇଥାଏ । ଏହା ଯାତ୍ରାରେ ଅନେକ ବିପଦର ସମ୍ମୁଖିନ ହେବାର ସଂକେତ ଦେଇଥାଏ । 
• ଗାଈ ନିଜ ଖୁରରେ ମାଟି ତାଡ଼ିବା ଦୃଶ୍ୟ ଅଶୁଭ ସଂକେତ ଦେଇଥାଏ । ଆଗାମୀ ଦିନରେ ଏହା ରୋଗରେ ପଡ଼ିବାର ସଂକେତ ଦେଇଥାଏ । ସେହିଭଳି ଯାତ୍ରା ସମୟରେ ଗାଈ କାନ୍ଦୁଥିବାର ଦେଖିବା ଅଶୁଭ ଏହା ମୃତ୍ୟୁ ଭଳି କଷ୍ଟର ସମ୍ମୁଖିନ କରିବାର ସଂକେତ ଦେଇଥାଏ ।
• ଗାଈ ଉପରେ ବହୁ ସଂଖ୍ୟାରେ ମାଛି ବସିବା ଭଲ ବର୍ଷାର ସଂକେତ ଦେଇଥାଏ ।