ଓଡିଆନ୍ ନ୍ୟୁଜ

195

ମାଲକାନଗିରିରୁ ୧୬ ମାଓବାଦୀ ଗିରଫ

Team Odian News |

ମାଲକାନଗିରିରୁ ୧୬  ମାଓବାଦୀ ଗିରଫ


ମାଲକାନଗିରି,୮/୧୦(ଓଡିଆନ ନ୍ୟୁଜ ) :  ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଅଞ୍ଚଳରୁ ୧୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣାପଡ଼ିଛି। ମିନିପା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲିଥିବା ସୂଚନା ପାଇ ଛତିଶଗଡ଼ ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନ୍‌ ହୋଇଥିଲା। ପୁଲିସକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୁଲିସ୍‌ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା। ପୁଲିସ୍ ବହୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି।