ଓଡିଆନ୍ ନ୍ୟୁଜ

112

ଥାନାର ଦ୍ୱାରସ୍ଥ ହେଲେ ତନୁଶ୍ରୀ

Team Odian News |

ଥାନାର ଦ୍ୱାରସ୍ଥ ହେଲେ ତନୁଶ୍ରୀ

ମୁମ୍ବାଇ,୮/୧୦(ଓଡିଆନ ନ୍ୟୁଜ ) : ବଲିଉଡ୍‌ର ବର୍ଷିୟାନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ବେଳେ ନାନା ପାଟେକର୍‌ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଫଳରେ ନାନାଙ୍କ ବ୍ୟବହାର ପାଇଁ ସେ ଫିଲ୍ମରୁ ଓହରି ଆସିଥିଲେ। ଏହି ଘଟଣାରେ ତନୁଶ୍ରୀ ଖାଲି ନାନା ପାଟେକର୍‌ଙ୍କ ନାଁ ନୁହେଁ କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟଙ୍କ ନାଁ ମଧ୍ୟ ସାମ୍ନାକୁ ଆଣିଛନ୍ତି। ତନୁଶ୍ରୀ ଅଭିଯୋଗ କରିଛନ୍ତି ଯେ, ନାନା ପାଟେକର୍‌ ଖାଲି ତାଙ୍କ ସହ ଦୁର୍ବ୍ୟବହାର କରି ନାହାନ୍ତି, ବରଂ ତାଙ୍କ ସହ ଫିଲ୍ମର ଏକ ଗୀତରେ ଇଣ୍ଟିମେଣ୍ଟ୍‌ ଷ୍ଟେପ୍‌ କରିବାକୁ ଚାହୁଁଥିଲେ। ଯାହାକି କଣ୍ଟ୍ରାକ୍ଟ ଅନୁସାରେ ନଥିଲା। ନାନାଙ୍କ ବ୍ୟବହାରକୁ ନେଇ ସେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ମଧ୍ୟ ଏ ବିଷୟରେ ଜଣାଇଥିଲେ। ହେଲେ ସେମାନେ ଓଲଟା ନାନା ପାଟେକର୍‌ କଥା ମାନିବାକୁ ତାଙ୍କୁ କହିଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି ନାନା ଅଭିନେତ୍ରୀମାନଙ୍କ ସହ ଏମିତି ଖରାପ ବ୍ୟବହାର କରୁଥିବା ଇଣ୍ଡଷ୍ଟ୍ରିରେ ସମସ୍ତେ ଜାଣିଛନ୍ତି। ହେଲେ  କେହି ବି ତାଙ୍କ ବିରୋଧରେ ମୁହଁ ଖୋଲନ୍ତି ନାହିଁ। ନାନାଙ୍କ ବିରୋଧରେ ତନୁଶ୍ରୀଙ୍କ ଏଭଳି ଗମ୍ଭୀର ଅଭିଯୋଗକୁ  କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନାନା ପାଟେକର୍‌ ଜଣେ ବହୁତ ଭଲ ଲୋକ। ତନୁଶ୍ରୀ ଯେଉଁ ଫିଲ୍ମର ଯେଉଁ ଗୀତ କଥା କହୁଛନ୍ତି ଗଣେଶ ତାର କୋରିଓଗ୍ରାଫ୍‌ କରିଥିଲେ।  ଆଗରୁ ଗଣମାଧ୍ୟମରେ ଏହି ଅଭିଯୋଗ ଆଣୁଥିଲେ ମଧ୍ୟ ଏନେଇ ମୁମ୍ବାଇର ଓଶିୱାରା ପୁଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତିତନୁଶ୍ରୀ । ଫିଲ୍ମ ‘ଆଶିକ୍‌ ବନାୟା ଆପ୍‌ନେ’ରୁ କ୍ୟାରିୟର ଆରମ୍ଭ କରିଥିଲେଲେ  ତନୁଶ୍ରୀ ।