ଓଡିଆନ୍ ନ୍ୟୁଜ

185

୧୦ରୁ ଲଘୁଚାପ ବର୍ଷା ଆଶଙ୍କା

Team Odian News |

୧୦ରୁ ଲଘୁଚାପ ବର୍ଷା ଆଶଙ୍କା

ଭୁବନେଶ୍ୱର,୮/୧୦(ଓଡିଆନ ନ୍ୟୁଜ ) :  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଥିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁସାରେ ଲଘୁଚାପ ପ୍ରଭାବରେ ୨ ଦିନ ପରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଗାମୀ ୧୦ତାରିଖରୁ ବର୍ଷା ଆରମ୍ଭ ହେବ ଏବଂ ଏହା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। ରା଼ଜ୍ୟର କେତେକ ସ୍ଥାନରେ କମ ବର୍ଷା କାରଣରୁ  ଧାନ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରାୟ ୨ ସପ୍ତାହରୁ ଅଧିକ ସମୟ ହେବ ବର୍ଷା ହୋଇ ନଥିବାରୁ ପଶ୍ଚିମ ଓଡ଼ିଶାରେ ଅବସ୍ଥା ଅଧିକ ଦୟନୀୟ ହୋଇ ପଡିଛି ।