ଓଡିଆନ୍ ନ୍ୟୁଜ

165

ପୁଲିସି ବାବୁଙ୍କୁ ମହଙ୍ଗା ପଡ଼ିଲା ଶ୍ରୀମନ୍ଦିରରେ ସେଲଫି

Team Odian News |

ପୁଲିସି ବାବୁଙ୍କୁ ମହଙ୍ଗା ପଡ଼ିଲା ଶ୍ରୀମନ୍ଦିରରେ ସେଲଫି 

ପୁରୀ,୮/୧୦(ଓଡିଆନ ନ୍ୟୁଜ ) : ଶ୍ରୀମନ୍ଦିରର ଫଟୋ ଉଠାଇ ଭାଇରାଲ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ଆସିଷ୍ଟାଣ୍ଡ ସବଇନସ୍ପେକ୍ଟର୍‌ ଦିଲ୍ଲୀପ ପଣ୍ଡା ନିଲମ୍ବିତ ହୋଇଛନ୍ତି ।  ଆଜି ମହାଳୟା ଅବସରରେ ପିତୃପୁରୁଷଙ୍କୁ  ପିଣ୍ଡଦାନ ପରେ ଶ୍ରୀମନ୍ଦିର ବାଇଶି ପାହାଚ ଓ ମୁଖ୍ୟଦ୍ବାର ନିକଟରେ ଫଟୋ ଉଠାଇଥିଲେ ସେ  । ପରେ ଏହି ଫଟୋକୁ  ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ଶ୍ରୀମନ୍ଦିରେ ମୋବାଇଲ ପ୍ରବେଶ ନିଷିଦ୍ଧ ସହ  ଫଟୋ ଉଠା ଉପରେ କଟକଣା ଜାରି କରାଯାଇଛି । ତେବେ କଟକଣା ସତ୍ତ୍ବେ ପୁଲିସ ବାବୁ କିଭଳି ମୋବାଇଲ ଫୋନ୍ ଶ୍ରୀମନ୍ଦିର ମଧ୍ୟକୁ ନେଇ ଫଟୋ ଉଠାଇ ଭାଇରାଲ କରିଥିଲେ ସେନେଇ ସାଧରଣରେ ପ୍ରଶ୍ନ ଉଠିଥିଲା। ଏହା ସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା । ଶ୍ରୀମନ୍ଦିର ବାଇଶି ପାହାଚରେ  ଫଟୋ ଉଠାଇ ଅଇନି ଭଙ୍ଗ କରିଥିବାରୁ ଶ୍ରୀ ପଣ୍ଡାଙ୍କୁ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ନିଲମ୍ବନ କରିଥିଲେ ।