ଓଡିଆନ୍ ନ୍ୟୁଜ

137

ଅଭିଜିତ ଆୟାରଙ୍କୁ ଧରିବାକୁ ଦିଲ୍ଲୀ ପହଞ୍ଚିଲା ଓଡ଼ିଶା ପୋଲିସ

Team Odian News |

 ଅଭିଜିତ ଆୟାରଙ୍କୁ ଧରିବାକୁ ଦିଲ୍ଲୀ ପହଞ୍ଚିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର,୮/୧୦(ଓଡିଆନ ନ୍ୟୁଜ ) : ଅଭିଜିତ ଆୟାରଙ୍କୁ ଧରିବାକୁ ଦିଲ୍ଲୀରେ ପହଞ୍ଚିଲା ଓଡ଼ିଶା ପୋଲିସ ଟିମ୍ । ଟିମ୍‌ରେ ଜଣେ ଆଇପିଏସଙ୍କ ସହ ୨ ପୋଲିସ ଅଧିକାରୀ ଅଛନ୍ତି।  ଅଭିଜିତଙ୍କ ଘର ଓ ଅନ୍ୟ ଜାଗାରେ ଛାନ୍‌ଭିନ ଜାରି । କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ୟ୍ୟକୁ ନେଇ  ଅଶାଳୀନ ମନ୍ତବ୍ୟ  ଦେଇଥିଲେ ଅଭିଜିତ । ଏହାସହ ଅଭିଜିତ୍‌ ଆୟାର ମିତ୍ର ଅକ୍ଟୋବର ୧୧ ତାରିଖରେ ଓଡିଶା ବିଧାନସଭା ଗୃହ କମିଟି ନିକଟରେ ହାଜର ହେବେ । ସେହିଦିନ ପୂର୍ବାହ୍ନ ୧୧ଟାରେ ସେ ବିଧାନସଭାର ୫୫ ନମ୍ବର ପ୍ରକୋଷ୍ଠରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ନୋଟିସ୍ ଜାରି ହେଇଛି । ଏହି ମାମଲାରେ ସୁପ୍ରିମ କୋର୍ଟ ଯାଇ ମଧ୍ୟ ସେ ନିରାଶ ହେଇଛନ୍ତି  ।