ଓଡିଆନ୍ ନ୍ୟୁଜ

155

ଓଡ଼ିଶା ଓ ଆନ୍ଧ୍ରରେ ପ୍ରବଳ ବର୍ଷା ସମ୍ଭାବନା

Team Odian News |

ଓଡ଼ିଶା ଓ ଆନ୍ଧ୍ରରେ ପ୍ରବଳ ବର୍ଷା ସମ୍ଭାବନା


ଭୁବନେଶ୍ୱର,୮/୧୦(ଓଡିଆନ ନ୍ୟୁଜ ) : ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ, ୪୮ ଘଣ୍ଟା ମଧ୍ୟରେ ବାତ୍ୟା ଆଶଙ୍କା, ଓଡ଼ିଶାକୁ ସତର୍କ କଲା କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ବିଭାଗ। ଗୋପାଳପୁରରୁ ୭୨୦ ଓ କଳିଙ୍ଗ ପାଟଣାରୁ ୬୯୦ କିମି ଦୂରରେ ଅଛି ଲଘୁଚାପ। ଆସନ୍ନ ବାତ୍ୟା ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦେଶ ଦେଇଛନ୍ତି । ଦକ୍ଷିଣ ଓ ଉପକୂଳ ଓଡ଼ିଶା ଜିଲ୍ଲାପାଳଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦେଶ, SRC ଓ OSDMAର ସମସ୍ତ ଅଫିସରଙ୍କ ଛୁଟି ବାତିଲ, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଆସନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ।  ଓଡ଼ିଶା ଓ ଆନ୍ଧ୍ରରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ପୁରୀ, ଜଗତସିଂହପୁର, ଗଞ୍ଜାମ, ଡେଙ୍କାନାଳ, ବୌଦ୍ଧ, କନ୍ଧମାଳ, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସୂଚନା ରହିଛି ।