ଓଡିଆନ୍ ନ୍ୟୁଜ

147

‘ରାଜ୍ୟରେ କେହି ଭୋକିଲା ରହିବେ ନାହିଁ, ସମସ୍ତଙ୍କୁ ମିଳିବ ଖାଦ୍ୟ’-ମନ୍ତ୍ରୀ ନୃସିଂହ ସାହୁ

Team Odian News |

‘ରାଜ୍ୟରେ କେହି ଭୋକିଲା ରହିବେ ନାହିଁ, ସମସ୍ତଙ୍କୁ ମିଳିବ ଖାଦ୍ୟ’-ମନ୍ତ୍ରୀ  ନୃସିଂହ  ସାହୁ
ରାଜକନିକା,୯ା୧୦(ଓଡ଼ିଆନ୍ ନ୍ୟୁଜ୍): ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି  । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କାହାକୁ ଭୋକିଲା ରହିବାକୁ ଦେବେ ନାହିଁ  । ସମସ୍ତ ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି  । ତେଣୁ ଓଡ଼ିଶାରେ ଭୋକିଲା ଆଉ କେହି ରହିବେ ନାହିଁ ବୋଲି ରାଜକନିକା ବ୍ଲକ୍ ସ୍ତରୀୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଡ଼ାକ୍ତର ନୃସିଂହ ଚରଣ ସାହୁ ମତ ବ୍ୟକ୍ତ କରିଛନ୍ତି  । ସୁବାଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜକନିକା ବ୍ଲକ୍ରେ ସମସ୍ତ ଗରିବ ହିତାଧିକାରୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ଖାଉଟି କାର୍ଡ଼ ଯୋଗାଇ ଦିଆଯିବ  । କାହା ଚାପ କିମ୍ବା କୌଣସି ରାଜନୈତିକ ଦଳ ଖାଉଟି କାର୍ଡ଼ କାଟି ଦେଇଥିବାର କଥା ସଂପୂର୍ଣ୍ଣ ଭାବେ ଭୁଲ କଥା  । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସମସ୍ତ ଗରିବ ଲୋକମାନଲୋକମାନଙ୍କୁ ନିଶ୍ଚୟ କାର୍ଡ଼ ଯୋଗାଇ ଦେବେ  । ଯେଉଁ ମାନଙ୍କୁ ଆଜି ମିଳିଛି, ଆଉ ପରବର୍ତୀ ସମୟରେ ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଦିଆଯିବ  । ଏହି ପକ୍ରିୟା ଚାଲୁ ରହିବ ଏଥିରେ ବ୍ୟସ୍ତ ହେବାର ନାହିଁ ବୋଲି ଶ୍ରୀଦେବ କହିଥିଲେ  । ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ଦାସ,ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ଉପଜିଲାପାଳ ସଞ୍ଜୟ ମିଶ୍ର, ଜିଲାପରିଷଦ ସଭ୍ୟା କଳ୍ପନା ମହାପାତ୍ର, ଜିଲାପରିଷଦ ସଭ୍ୟ ଜୟଦେବ ଦାସ, ଜିଲାପରିଷଦ ସଭ୍ୟ ଜଗନ୍ନାଥ ରାଉତରାୟ ଏବଂ ଉପାଧ୍ୟକ୍ଷ ବିଶ୍ୱନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ  ।  ରାଜକନିକା ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ିଏସ୍ ଶୁଭଦର୍ଶନୀ ଯୋଶୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରିଥିଲେ  । ଏହି ଅବସରରେ ରାଜକନିକା ବ୍ଲକ୍ରେ ପ୍ରଥମ ପର୍ଯ୍ୟାୟରେ ଏକ ଶତ ଏକ ଜଣ ହିତାଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀଦେବ ବଂଟନ କରିଥିଲେ  । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ରାଜକନିକା ବ୍ଲକ୍ ଯୋଗାଣ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଲିପିକ ଅବକାଶ ସ୍ୱାଇଁ ସହଯୋଗ କରିଥିଲେ  ।  ବିଜୁ ଜନତାଦଳର କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ  ଗଡ଼ଗଡ଼ି ଘାଟ ଠାରୁ ମନ୍ତ୍ରୀ ଶ୍ରୀସାହୁଙ୍କୁ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ  ।