ଓଡିଆନ୍ ନ୍ୟୁଜ

189

ଏକାସାଙ୍ଗେ ନଜର ଆସିବେ ଶ୍ରଦ୍ଧା ଓ ସୁଶାନ୍ତ ସିଂ

Team Odian News |

ଏକାସାଙ୍ଗେ  ନଜର ଆସିବେ ଶ୍ରଦ୍ଧା ଓ ସୁଶାନ୍ତ ସିଂ 


ମୁମ୍ବାଇ,୯ା୧୦(ଓଡ଼ିଆନ୍ ନ୍ୟୁଜ୍): ଦଙ୍ଗଲର  ଅନେକ ସଫଳତା ପରେ ନିତେଶ ତିୱାରୀଙ୍କ ’ଛିଛୋରେ’ ଫିଲ୍ମ ନିର୍ମାଣକୁ ନେଇ ଏବେ  ଚର୍ଚ୍ଚା ଜୋର ଧରୁଛି । ଏନେଇ ସେ କିଛି କହିନଥିଲେ ମଧ୍ୟ ଦିନ ସୋସିଆଲ ମିଡିଆରେ    ସେୟାର କରିଥିବା ଫଟୋରୁ ଜାଣିହେଉଛି  ଯେ, ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଲାଣି । ସେ ଫିଲ୍ମର କଳାକାରମାନଙ୍କୁ ନେଇ ସସ୍‌ପେନ୍ସ ରଖିଛନ୍ତି । ହେଲେ ଫିଲ୍ମରେ  ଶ୍ରଦ୍ଧା କପୁର ଏବଂ ସୁଶାନ୍ତ ସିଂ ରାଜପୁତ ଏକାସାଙ୍ଗେ  ନଜର ଆସିବେ । ତେବେ ସେୟାର ହୋଇଥିବା ଫଟୋର ଜଣାପଡୁଛି କି ଏହି ଫିଲ୍ମରେ ସବୁ କଳାକାରମାନେ ଦୁଇଟି ଜେନେରେସନରେ ନଜର ଆସିବେ । ସୁଶାନ୍ତ ସିଂ ରାଜପୁତ, ଶ୍ରଦ୍ଧାଙ୍କ ବ୍ୟତୀତ ଏହି ଫିଲ୍ମରେ ବରୁଣ ଶର୍ମା ମଧ୍ୟ ନଜର ଆସିବେ । ଏହି ଫିଲ୍ମଟି ଆଗାମୀ ବର୍ଷ ୩୦ ଅଗଷ୍ଟରେ ରିଲିଜ ହେବ । ଫିଲ୍ମର ନିର୍ମାଣ ସାଜିଦ ନାଡିୟାଡୱାଲା କରୁଛନ୍ତି ।