ଓଡିଆନ୍ ନ୍ୟୁଜ

114

ତନୁଶ୍ରୀ ମାମଲା:ନାନା ପାଟେକରଙ୍କୁ ନୋଟିସ୍‌ ଦେଲେ ମହାରାଷ୍ଟ୍ର ମହିଳା ଆୟୋଗ

Team Odian News |

ତନୁଶ୍ରୀ ମାମଲା:ନାନା ପାଟେକରଙ୍କୁ  ନୋଟିସ୍‌ ଦେଲେ ମହାରାଷ୍ଟ୍ର ମହିଳା ଆୟୋଗ 


ମୁମ୍ବାଇ,୯ା୧୦(ଓଡ଼ିଆନ୍ ନ୍ୟୁଜ୍):  ମହାରାଷ୍ଟ୍ର ମହିଳା ଆୟୋଗ ଆଜି  ତନୁଶ୍ରୀ ଦତ୍ତଙ୍କ ଅଭିଯୋଗକୁ ଭିତ୍ତି କରି ନାନା ପାଟେକରଙ୍କୁ  ନୋଟିସ୍‌ ଜାରି କରିଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମହାରାଷ୍ଟ୍ରର ରାଜ୍ୟ ମହିଳା ଆୟୋଗ କେବଳ ନାନାଙ୍କୁ ନୁହେଁ, ବରଂ ସିନେ ନିର୍ଦ୍ଦେଶକ ରାକେଶ ସରଙ୍ଗ, କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟଙ୍କ ସହ ତନୁଶ୍ରୀ ଅଭିଯୋଗ ଆଣିଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି । ୧୦ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ  ଆୟୋଗ ପକ୍ଷରୁ ସେମାନଙ୍କୁ ସମୟ ଦିଆଯାଇଛି। ଏହା ବ୍ୟତୀତ ତନୁଶ୍ରୀ ଦତ୍ତଙ୍କ ପକ୍ଷରୁ ଦାୟର  କରାଯାଇଥିବା ଏଫଅାଇଆର ଉପରେ ଅଧିକ ତଦନ୍ତ  କରି ରିପୋର୍ଟ ଦାଖଲ କରିବା ପାଇଁ ଆୟୋଗ ପକ୍ଷରୁ କୁହାଯାଇଛି।  ନିଜର ବୟାନ ଲିପିବଦ୍ଧ କରିବା ପାଇଁ  ଆୟୋଗ ପକ୍ଷରୁ ଅଭିନେତ୍ରୀ ତନୁଶ୍ରୀଙ୍କୁ ନିର୍ଦେଶ ଦିଆଯାଇଛି । ଶନିବାର ମୁବ୍ବାଇର ଓସିଓ୍ଵାରା ପୁଲିସ୍‌ ଷ୍ଟେସନ୍‌ରେ ତନୁଶ୍ରୀ  ଏଫଅାଇଆର ଦେଇଥିଲେ  ।