ଓଡିଆନ୍ ନ୍ୟୁଜ

133

୫୦ ବର୍ଷରେ ବୁଡ଼ିଯିବ ୪୦୦ ଭାରତୀୟ ଭାଷା!

Team Odian News |

୫୦ ବର୍ଷରେ ବୁଡ଼ିଯିବ ୪୦୦ ଭାରତୀୟ ଭାଷା!
ନୂଆଦିଲ୍ଲୀ,୨୭/୯(ଓଡ଼ିଆନ୍ ନ୍ୟୁଜ୍): ଭାରତ ଅନେକ ଭାଷାଭାଷୀଙ୍କ  ଦେଶ ଭାବେ ସାରା ବିଶ୍ୱରେ ବେଶ ପରିଚିତ । ଇଂରାଜୀ ଭାଷା ସହିତ ୨୨ଟି ସରକାରୀ ଭାଷା ଥିଲେ ମଧ୍ୟ ଭାରତରେ ୭୮୦ଭାଷାରେ କଥାବାର୍ତ୍ତା ହୋଇଥାନ୍ତି । ହେଲେ ଆଧୁନିକତା ଓ ଇଂରାଜୀ ଭାଷାର ବହୁଳ ବ୍ୟବହାର କାରଣରୁ ଆଗାମୀ ୫୦ ବର୍ଷ ଭିତରେ ଅଧାରୁ ଅଧିକ ଭାରତୀୟ ଭାଷା ଲୁପ୍ତ ହୋଇଯିବ  । ବିଶେଷ କରି ଆଦୀବାସୀଙ୍କ ଭାଷା ଉପରେ ବେଶି ବିପଦ ରହିଛି , ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ଗୁରୁତ୍ୱାରାପ ମଧ୍ୟ କରାଯାଇଛି ।  ପିପୁଲସ୍ ଲିଂଗ୍ୟୁଷ୍ଟିକ ଅଫ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ର୍ସବେକ୍ଷଣରୁ ଏହି ବିଷୟରେ ଜଣାପଡ଼ିଛି । ପିପୁଲସ୍ ଲିଂଗ୍ୟୁଷ୍ଟିକ ଅଫ ଇଣ୍ଡିଆର ନିର୍ଦ୍ଦେଶକ ଜି.ଏନ୍ ଡ଼େଭି କହିଛନ୍ତି ଯେ ଭାରତରେ ବର୍ତ୍ତମାନ ୭୮୦ ଭାଷା ପ୍ରଚଳିତ ଥିଲେ ମଧ୍ୟ ଆଗାମୀ ୫୦ ବର୍ଷ ମଧ୍ୟରେ ୪୦୦ ଭାରତୀୟ ଭାଷା ଲୋପ ପାଇଯିବାର ଆଶଙ୍କା ଉପୁଜିଛି । ଗୋଟିଏ ଭାଷ ଲୋପ ପାଇବା ସହିତ ସେହି ଭାଷା ସହ ଜଡ଼ିତ ସଂସ୍କୃତି ମଧ୍ୟ ଲୋପ ପାଇଥାଏ ବୋଲି ସେ ମଧ୍ୟ କହିଛନ୍ତି । ଏହାସହ ସେ କହିଛନ୍ତି ଗତ ୫୦ ବର୍ଷ ଭିତରେ ଭାରତ ୨୫୦ଟି ଭାଷା ହରାଇ ସାରିଛି । ଭାରତୀୟ ଆଞ୍ଚଳିକ ଭାଷା, ଏହାସହ ଜଡ଼ିତ ସାଂସ୍କୃତିକ ଐତିହ ଓ ବିବଧତା ସୁରକ୍ଷା ପାଇଁ ଅଧିକରୁ ଅଧିକ ଗବେଷଣା କରୁଛି ଏହି ସଂସ୍ଥା । ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକରେ କେବଳ  ସ୍ୱୀକୃତିପ୍ରାପ୍ତ  ଭାଷାରେ ଶିକ୍ଷା ଦିଆଯାଉଥିବାରୁ ଆଦିବାସୀ ସଂପ୍ରଦାୟର ପିଲାମାନେ ନିଜପାରମ୍ପରିକ ଭାଷାରୁ ଦୁରେଇ ଯାଉଛନ୍ତି । ବିହାରର ପୂର୍ବାଞ୍ଚଳରେ ବ୍ୟବହୃତ ହେଉଥିବା ମୈଥାଳିଭାଷ ୧ହଜାର ବର୍ଷତଳର ହୋଇଥିଲେ ମଧ୍ୟ ଏବେବି ଏହି ଭାଷା ବ୍ୟବହାର ଦ୍ୱାରା ଜୀବିତ ରହିଛି । ପିପୁଲସ୍ ଲିଂଗ୍ୟୁଷ୍ଟିକ ଅଫ ଇଣ୍ଡିଆ ବିଶ୍ୱରେ ବ୍ୟବହାର ହୋଇ ଜୀବିତ ଥିବା ୬ହଜାରରୁ ଅଧିକ ଭାଷା ଉପରେ ଗବେଷଣା କରି ଦସ୍ତାବିଜ ପ୍ରସ୍ତୁତ କରିଛି ।